Thursday, October 15, 2026
23.8 C
Odisha

    AISBISF ପକ୍ଷରୁ ମଇ ୨୫ ଏବଂ ୨୬ ତାରିଖରେ ଦେଶବ୍ୟାପୀ ଧର୍ମଘଟ, ୫ ଦଫା ଦାବି ନେଇ ବନ୍ଦ ଡାକରା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ   :    ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ।  ବିଭିନ୍ନ ଦାବି ପୂରଣ ନେଇ ‘ଅଲ୍ ଇଣ୍ଡିଆ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଷ୍ଟାଫ୍ ଫେଡେରେସନ୍’ ବା AISBISF ପକ୍ଷରୁ ଚଳିତ ମାସ ୨୫ ଏବଂ ୨୬ ତାରିଖରେ ଦେଶବ୍ୟାପୀ ଧର୍ମଘଟ ପାଇଁ ଡାକରା ଦିଆଯାଇଛି। ଏନେଇ ସଂଘ ପକ୍ଷରୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଆନୁଷ୍ଠାନିକ ଭାବେ ନୋଟିସ୍ ପ୍ରଦାନ କରାଯାଇଛି। ଏହି ଆନ୍ଦୋଳନକୁ ୟୁନାଇଟେଡ୍ ଫେଡେରେଜସନ୍ ଅଫ ବ୍ୟାଙ୍କ ୟୁନିୟନ୍ ଓ ବ୍ୟାଙ୍କିଂ ଏମ୍ପ୍ଲୋଇଜ୍ ଫେଡେରେସନ୍ ଅଫ୍ ଇଣ୍ଡିଆ ସମର୍ଥନ କରିଛି ।

    ଏହି ଦୁଇ ଦିନିଆ ଧର୍ମଘଟ ଯୋଗୁଁ SBIର ଦୈନନ୍ଦିନ କାର୍ଯ୍ୟକଳାପ ପ୍ରଭାବିତ ହେବ। ବ୍ୟାଙ୍କ ଶାଖାରୁ ଟଙ୍କା ଜମା ଓ ଉଠାଣ ବନ୍ଦ ରହିପାରେ। ଚେକ୍ ମାଧ୍ୟମରେ ହେବାକୁ ଥିବା କାରବାର ବିଳମ୍ବ ହୋଇପାରେ। ଲଗାତାର ୨ ଦିନ ବ୍ୟାଙ୍କ ବନ୍ଦ ରହିବା ଯୋଗୁ ଏଟିଏମରେ ନଗଦ ଟଙ୍କାର ଅଭାବ ଦେଖାଦେଇପାରେ। ଡିଜିଟାଲ୍ ପ୍ଲାଟଫର୍ମ ଜାରି ରହିଲେ ମଧ୍ୟ ଅନେକ ବୈଷୟିକ ସେବା ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି।

    ଗ୍ରାହକମାନେ ଆବଶ୍ୟକୀୟ କାର୍ଯ୍ୟ ମେ’ ୨୪ ପୂର୍ବରୁ ସାରିବାକୁ ପରାମର୍ଶ ଦିଆଯାଇଛି ।  ପ୍ରାୟ ୫ଦଫା ଦାବି ନେଇ ଏହି ବନ୍ଦ ଡାକରା ଦିଆଯାଇଛି । ନୂତନ ନିଯୁକ୍ତି, ଆଉଟସୋର୍ସିଂକୁ ବିରୋଧ,କର୍ମଚାରୀଙ୍କ କାର୍ଯ୍ୟଭାର,ବଦଳି ନୀତି, କର୍ମଚାରୀଙ୍କୁ ପେନସନ୍ ଓ ମେଡିକାଲ ସୁବିଧା ଆଦି ଦାବି ହୋଇଛି । ବାରମ୍ବାର ଦାବି ସତ୍ତ୍ୱେ ବ୍ୟାଙ୍କ କର୍ତ୍ତୃପକ୍ଷ ଓ ସରକାର ସେମାନଙ୍କ ସମସ୍ୟା ପ୍ରତି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ବ୍ୟାଙ୍କ କର୍ମଚାରୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.8 ° C
    23.8 °
    23.8 °
    90 %
    1kmh
    99 %
    Thu
    29 °
    Fri
    29 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ