Saturday, October 10, 2026
30.1 C
Odisha

    ଲକ୍ଷ୍ନୌ ଷ୍ଟେସନରୁ ୧.୭୨ କୋଟିର ସୁନା ଜବତ, ଜଣେ ଗିରଫ

    ଆଗକୁ ପଢନ୍ତୁ

    ଲକ୍ଷ୍ନୌ  :  ସୁନା ଚାଲାଣ ବିରୋଧରେ ବଡ଼ ସଫଳତା ପାଇଛି ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (DRI)। ରେଳ ସୁରକ୍ଷା ବଳ (RPF) ସହ ମିଳିତ ଚଢ଼ାଉ କରି ଚାରବାଗ ରେଳ ଷ୍ଟେସନରୁ ଜଣେ ଯାତ୍ରୀଙ୍କ ନିକଟରୁ ୧.୨୦୨ କିଲୋଗ୍ରାମ ସୁନା ଜବଦ କରିଛି। ଜବତ ସୁନାର ଆନୁମାନିକ ବଜାର ମୂଲ୍ୟ ୧.୭୨ କୋଟି ଟଙ୍କାରୁ ଅଧିକ। ଅକ୍ଟୋବର ୮ ତାରିଖରେ ଚାରବାଗ ଷ୍ଟେସନରୁ ପ୍ଲାଟଫର୍ମ ନମ୍ବର୫(ରେଳ ସଂଖ୍ୟା-୨୨୪୮୯)ରେ ଏହି ଚଢ଼ାଉ କରାଯାଇଥିଲା। ବନ୍ଦେ ଭାରତ ଏକ୍ସପ୍ରେସରୁ ଓହ୍ଲାଉଥିବା ଜଣେ ଯାତ୍ରୀଙ୍କୁ ଯାଞ୍ଚ କରିବା ସମୟରେ ତାଙ୍କ ନିକଟରୁ ସୁନା ମିଳିଥିଲା। ଗୁପ୍ତ ସୂଚନା ଆଧାରରେ ଡିଆରଆଇ ଏହି ଅଭିଯାନ ଆରମ୍ଭ କରିଥିଲା।

    ସୂଚନା ଅନୁଯାୟୀ, ବିଦେଶରୁ ଚୋରାରେ ଅଣାଯାଇଥିବା ସୁନା ହାଓଡ଼ାରୁ ବାରାଣସୀ ଦେଇ ଲକ୍ଷ୍ନୌକୁ ଚାଲାଣ କରାଯାଉଥିଲା। ଏହି ଚାଲାଣକୁ ରୋକିବା ପାଇଁ ଡିଆରଆଇ ଏବଂ ଆରପିଏଫ୍ ମିଳିତ ଭାବେ ନଜର ରଖିଥିଲେ। ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ ପଥ ସହ ସିସିଟିଭି କ୍ୟାମେରା ଉପରେ ମଧ୍ୟ କଡ଼ା ନଜର ରଖାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    55 %
    3.3kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ