Saturday, October 10, 2026
30.1 C
Odisha

    ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକ ତାଲିକାରେ କିଟ୍‍-କିସ୍‍ର ୩୪ ଅଧ୍ୟାପକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକ ତାଲିକାରେ କିଟ୍‍-କିସ୍‍ର ୩୪ ଅଧ୍ୟାପକ । ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଏଲସେଭିୟର ପକ୍ଷରୁ ପ୍ରତିବର୍ଷ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକ ତାଲିକା ପ୍ରକାଶ ପାଇଥାଏ । ୨୦୨୬ ବର୍ଷର ପ୍ରକାଶିତ ତାଲିକାରେ କିଟ୍ ବିଶ୍ୱବିଦ୍ୟାଳୟର ୩୩ ଜଣ ଅଧ୍ୟାପକ ସ୍ଥାନ ପାଇଥିବା ବେଳେ କିସ୍ ବିଶ୍ୱବିଦ୍ୟାଳୟର ଜଣେ ଅଧ୍ୟାପକ ମଧ୍ୟ ଏଥିରେ ସାମିଲ ଅଛନ୍ତି । ୨୦୨୬ର ବାର୍ଷିକ ଗବେଷଣା ପ୍ରଭାବ ତାଲିକା (ସିଙ୍ଗଲ ଇୟର ଇମ୍ପାକ୍ଟ ଲିଷ୍ଟ)ରେ ସ୍ଥାନ ପାଇଥିବା ୩୪ ଜଣ ଅଧ୍ୟାପକଙ୍କ ମଧ୍ୟରୁ ୧୩ ଜଣ ଦୀଘର୍କାଳୀନ ଗବେଷଣା ପ୍ରଭାବ ତାଲିକା (କ୍ୟାରିୟର ଲଙ୍ଗ ଇମ୍ପାକ୍ଟ ଲିଷ୍ଟ)ରେ ମଧ୍ୟ ସ୍ଥାନ ପାଇଛନ୍ତି । ସେହିପରି ୧୧ ଜଣ ଅଧ୍ୟାପକ ଉଭୟ ତାଲିକାରେ ସ୍ଥାନ ହାସଲ କରିଛନ୍ତି ।

    ଗବେଷଣା ପ୍ରକାଶନର ଉଦ୍ଧୃତି ସଂଖ୍ୟା ଓ ବୈଜ୍ଞାନିକ ପ୍ରଭାବ ସଂପର୍କିତ ବିଭିନ୍ନ ମାନଦଣ୍ଡ ଆଧାରରେ ଏହି ତାଲିକା ପ୍ରସ୍ତୁତ କରାଯାଏ । ନିଜ ନିଜ ବିଷୟରେ ଉଲ୍ଲେଖନୀୟ ଗବେଷଣା ଓ ବୈଜ୍ଞାନିକ ଅବଦାନ ରଖିଥିବା ଗବେଷକମାନଙ୍କୁ ଏଥିରେ ସ୍ଥାନ ମିଳିଥାଏ । ଏହି ସଫଳତା କିଟ୍ ର ଗବେଷଣା, ନବସର୍ଜନା ଓ ଶୈକ୍ଷିକ ଉତ୍କର୍ଷତା ପ୍ରତି ରହିଥିବା ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିଛି । ଏଥିସହ କିସର ଜଣେ ଅଧ୍ୟାପକଙ୍କ ସ୍ଥାନ ପାଇବା ଅନୁଷ୍ଠାନର ଗବେଷଣା କ୍ଷେତ୍ରରେ ବଢ଼ୁଥିବା ଅବଦାନକୁ ମଧ୍ୟ ପ୍ରତିପାଦିତ କରିଛି । ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ ବିଶ୍ୱସ୍ତରରେ ବୈଜ୍ଞାନିକ ପ୍ରଭାବ ପାଇଁ କିଟ୍‍ ଓ କିସ୍‍ର ଅଧ୍ୟାପାକମାନେ ଏହି ସ୍ୱୀକୃତି ହାସଲ କରିଛନ୍ତି । ଏହା ସେମାନଙ୍କର ଦୀର୍ଘକାଳୀନ ଗବେଷଣା ସଫଳତା ସହ ସାଂପ୍ରତିକ ବର୍ଷର ଉଲ୍ଲେଖନୀୟ ଅବଦାନକୁ ପ୍ରତିଫଳିତ କରୁଛି ।

    ଏହି ସଫଳତାରେ ଖୁସି ପ୍ରକାଶ କରି କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କହିଛନ୍ତି, ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକ ତାଲିକାରେ କିଟ୍ ଓ କିସ୍ ର ୩୪ ଜଣ ସଦସ୍ୟ ସ୍ଥାନ ପାଇଥିବାରୁ ଆମେ ଗର୍ବିତ। ବିଭିନ୍ନ ବୈଜ୍ଞାନିକ କ୍ଷେତ୍ରରେ କାର୍ଯ୍ୟରତ ଆମ ଅଧ୍ୟାପକମାନଙ୍କର ଏହି ସଫଳତା ପ୍ରଶଂସନୀୟ ବୋଲି ଡ. ଅଚ୍ୟୁତ ସାମନ୍ତ କହିଛନ୍ତି । ଏହି ସ୍ୱୀକୃତି ବିଶ୍ୱ ଗବେଷଣା ମାନଚିତ୍ରରେ କିଟ୍ ର ସ୍ଥିତିକୁ ଆହୁରି ମଜଭୁତ କରିବା ସହ ଗୁଣାତ୍ମକ ଗବେଷଣା ମାଧ୍ୟମରେ ଜ୍ଞାନର ଅଭିବୃଦ୍ଧି ଓ ସମାଜର ଉନ୍ନତି ପାଇଁ ଅନୁଷ୍ଠାନର ପ୍ରତିବଦ୍ଧତାକୁ ପୁନର୍ବାର ପ୍ରମାଣିତ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    55 %
    3.3kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ