Saturday, May 16, 2026
38.2 C
Odisha

    ଲାଞ୍ଚ ନେଇ ଧରାପଡିଥିଲେ OAS ଟପ୍ପର ଅଶ୍ୱିନୀ ପଣ୍ଡା ସସ୍‌ପେଣ୍ଡ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର   : ବାମରା ତହସିଲଦାର ଅଶ୍ୱିନୀ ପଣ୍ଡାଙ୍କୁ ରାଜ୍ୟ ସରକାର ସସ୍‌ପେଣ୍ଡ କରିଛନ୍ତି ।  ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା-୨୦୧୯ରେ ଟପ୍ପର ହୋଇଥିବା ଅଶ୍ୱିନୀ କୁମାର ପଣ୍ଡା ଗତ ଶୁକ୍ରବାର  ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ   ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା ।

    ଅଭିଯୋଗକାରୀଙ୍କଠାରୁ ଅଶ୍ୱିନୀଙ୍କ ପାଇଁ ଲାଞ୍ଚ ନେଉଥିବାବେଳେ ତାଙ୍କ ଅଫିସ ଡ୍ରାଇଭର ପି. ପ୍ରବୀନ କୁମାରଙ୍କୁ ମଧ୍ୟ ଭିଜିଲାନ୍ସ ଗିରଫ କରିଥିଲା । ଅଭିଯୁକ୍ତଦ୍ୱୟଙ୍କୁ ସମ୍ବଲପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ପରେ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ବେଳେ ଏବେ ତହସିଲଦାର ଅଶ୍ୱିନୀ ପଣ୍ଡାଙ୍କୁ ସସପେଣ୍ଡ କରାଯାଇଛି ।

    ଭିଜିଲାନ୍ସର ସୂଚନା ଅନୁଯାୟୀ, ଅଭିଯୋଗକାରୀ ବାମରାର ଭିକି ନାୟକ ତାଙ୍କର ଏକ ଚାଷଜମିକୁ ଘରବାଡି କିସମରେ ପରିବର୍ତ୍ତନ ପାଇଁ ମାସେ ତଳେ ଆବେଦନ କରିଥିଲେ । ହେଲେ ଜମିର କିସମ ପରିବର୍ତ୍ତନ କରି ରେକର୍ଡ ଅଫ ରାଇଟ୍ସ (ଆର୍‌ଓଆର୍‌) ଦେବା ପାଇଁ ତହସିଲଦାର ଅଶ୍ୱିନୀ ୨୦ ହଜାର ଟଙ୍କା ଦାବି କରିଥିଲେ । ଏତେ ଟଙ୍କା ଦେବାକୁ ଭିକି ଅକ୍ଷମତା ପ୍ରକାଶ କରିବାରୁ ଅଶ୍ୱିନୀ ଲାଞ୍ଚ ଟଙ୍କାକୁ କମାଇ ୧୫ ହଜାର କରିଦେଇଥିଲେ । ଟଙ୍କା ନ ଦେଲେ କାମ ଆଗେଇବ ନାହିଁ ବୋଲି ରୋକଠୋକ କହିଦେଇଥିଲେ ।  ଅନ୍ୟ କୌଣସି ଉପାୟ ନ ପାଇ ଭିକି ଭିଜିଲାନ୍ସ ନିକଟରେ ଗୁରୁବାର ଅଭିଯୋଗ କରିଥିଲେ । ଏହାପରେ ଭିଜିଲାନ୍ସ ଅଶ୍ୱିନୀଙ୍କୁ ଧରିବାକୁ ଜାଲ ବିଛାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    38.2 ° C
    38.2 °
    38.2 °
    30 %
    1.5kmh
    64 %
    Sat
    41 °
    Sun
    42 °
    Mon
    45 °
    Tue
    47 °
    Wed
    45 °

    ସମ୍ବନ୍ଧିତ