Monday, April 6, 2026
28.1 C
Odisha

    ଲୋକଙ୍କ ଭଲ ପାଇବା ଆଗରେ କ୍ଷମତା ପ୍ରତିପତ୍ତି ଓ ପଦ ମର୍ଯ୍ୟାଦା ସବୁ ମୂଲ୍ୟହୀନ : ନବୀନ ପଟ୍ଟନାୟକ

    ଆଗକୁ ପଢନ୍ତୁ

    ବିଶିଷ୍ଟ ଜନ ନେତା ହରିଶ୍ଚନ୍ଦ୍ର ବକ୍ସିପାତ୍ର ଓଡ଼ିଶା ରାଜନିତୀରେ ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ। ଛାତ୍ର ଜୀବନରୁ ଆରମ୍ଭ ହୋଇଥିବା ତାଙ୍କର ସଂଗ୍ରମୀ ଜୀବନ ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିଥିଲା। ସଂଗ୍ରାମ ହିଁ ଥିଲା ତାଙ୍କର ସବୁଠାରୁ ବଡ଼ ପରିଚୟ। ତାଙ୍କ ଅମର ଆତ୍ମା ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

    ଆଜି ସ୍ୱର୍ଗତ ବକ୍ସିପାତ୍ରଙ୍କ ଜୟନ୍ତୀ ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ରାଜନୀତି ହେଉଛି ଏକ ପ୍ରତିବଦ୍ଧତା,ଏକ ଆଦର୍ଶ ପାଇଁ ପ୍ରତିବଦ୍ଧତା। ଲୋକଙ୍କୁ ନିସ୍ୱାର୍ଥପର ସେବା ଦେବାର ପ୍ରତିବଦ୍ଧତା। ଏହା ନିଃସନ୍ଦେହରେ କୁହାଯାଇପାରେ କି ରାଜନୀତି ହେଉଛି କ୍ଷମତାର ସିଡ଼ି। ଲୋକଙ୍କ କଲ୍ୟାଣ ପାଇଁ କାମ କରିବାକୁ ଏକ ସୁଯୋଗ। କିନ୍ତୁ ନୈତିକତା ବିହୀନ ରାଜନୀତି କେବଳ ଛଳନା ପଦବାଚ୍ୟ। ଜଣେ ନିଷ୍ଠାପର ଓ ପ୍ରତିଶ୍ରୁତିବଦ୍ଧ ରାଜନେତା ହିଁ ଲୋକଙ୍କ ଜୀବନରେ ରୂପାନ୍ତର ଆଣିପାରିବ। ଅନେକ ରାଜନୀତିକୁ କ୍ଷମତା ହାସଲ ପାଇଁ ଏକ ମାଧ୍ୟମ ବୋଲି ବିଚାର କରନ୍ତି। କିନ୍ତୁ ମୋ ବିଚାରରେ ଲୋକଙ୍କ ଭଲ ପାଇବା ଆଗରେ, କ୍ଷମତା, ପଦ ମର୍ଯ୍ୟାଦା ଓ ପ୍ରତିପତ୍ତି ତୁଛ। ସାଧାରଣ ଜନତାଙ୍କ ସନ୍ତୋଷ ହିଁ ରାଜନେତା ଙ୍କ ର ସବୁଠାରୁ ମୂଲ୍ୟବାନ ସମ୍ପତ୍ତି।ଶ୍ରୀ ପଟ୍ଟନାୟକ କହିଥିଲେ ସ୍ୱର୍ଗତ ବକ୍ସିପାତ୍ର ଗରିବ ଲୋକଙ୍କ କଲ୍ୟାଣ ପାଇଁ ସଂଗ୍ରାମ କରିଯାଇଛନ୍ତି। ଆଦିବସୀ ଭାଇଭଉଣୀଙ୍କର ଅଧିକାରୀ ପାଇଁ ସେ ସଂଗ୍ରାମ କରୁଥିଲେ। ଚାଷୀ ମାନଙ୍କ ସ୍ୱାର୍ଥ ପାଇଁ ସଂଗ୍ରାମ କରୁଥିଲେ। ନିଷ୍ପେସିତଙ୍କୁ ଶୋଷଣରୁ ମୁକ୍ତି ଦେବା ପାଇଁ ସେ ଲଢେ଼େଇ କରୁଥିଲେ। ଜଣେ ମନ୍ତ୍ରୀ ବା ବିଧାୟକ ଭାବରେ ପରିଚୟ ଠାରୁ ଏ ପରିଚୟ ଥିଲା ବହୁ ଉପରେ। ସେ ଥିଲେ ଗରୀବ ଜନତାର ପ୍ରକୃତ ବନ୍ଧୁ। ସମାଜବାଦୀ ଆଦର୍ଶରେ ତାଙ୍କର ଗଭୀର ବିଶ୍ୱାସ ଥିଲା ଏବଂ ଏହି ଆଦର୍ଶ ତାଙ୍କ ଜୀବନ ଓ କାର୍ଯ୍ୟରେ ପ୍ରତିଫଳିତ ହେଉଥିଲା। ତାଙ୍କ ପିଢ଼ୀର ରାଜନେତାଙ୍କ ଅଭାବ ଆଜି ସମସ୍ତେ ଅନୁଭବ କରୁଛନ୍ତି। ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜେନତା ଡ଼ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଖ୍ୟାତନାମା ସମାଜ ବିଜ୍ଞାନୀ ଯୋଗେନ୍ଦ୍ର ଯାଦବ ପ୍ରାରମ୍ବିକ ବକ୍ତବ୍ୟ ରଖିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.1 ° C
    28.1 °
    28.1 °
    55 %
    4kmh
    100 %
    Mon
    28 °
    Tue
    37 °
    Wed
    39 °
    Thu
    38 °
    Fri
    39 °

    ସମ୍ବନ୍ଧିତ