Saturday, June 7, 2025
30.8 C
Odisha

    ଶତ୍ରୁ ଦେଶରେ ୩ ସପ୍ତାହ: କେମିତି କଟିଲା ଦିନ-ରାତି ? ପୂର୍ଣ୍ଣମ୍ ବଖାଣିଲେ ପାକିସ୍ତାନ ନିର୍ଯାତନାର ଛାତିଥରା କାହାଣୀ…

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କେମିତି କଟିଲା ପାକିସ୍ତାନରେ ୨୧ ଦିନ ? କେମିତି କଟିଲା ଦିନ, କେମିତି ବିତିଲା ରାତି ? ଶତ୍ରୁ ଦେଶରେ ୩ ସପ୍ତାହ କେମିତି ବିତାଇଲେ ବିଏସଏଫ ଯବାନ ପୂର୍ଣ୍ଣମ୍ କୁମାର ସ ? କେତେ କଷ୍ଟକର ଥିଲା ପାକିସ୍ତାନ କବଜାରେ ରହିବା ? ପାକିସ୍ତାନ କବଳରୁ ମୁକୁଳି ସ୍ବଦେଶ ଫେରିବା ପରେ ଅଙ୍ଗେନିଭା କଥା ବଖାଣିଛନ୍ତି ବିଏସଏଫ ଯବାନ ପୂର୍ଣ୍ଣମ କୁମାର ସ’ ।

    ଏପ୍ରିଲ ୨୩ ତାରିଖରେ ପାକ୍‌ ରେଞ୍ଜରମାନଙ୍କ ଦ୍ୱାରା ଧରାପଡ଼ିଥିବା ବିଏସଏଫ୍ ଯବାନ ପୂର୍ଣ୍ଣମ ସ’ଙ୍କୁ ପାକିସ୍ତାନ ଭାରତକୁ ହସ୍ତାନ୍ତର କରିଛି । ଅଟାରୀ-ଓ୍ବାଘା ସୀମା ଦେଇ ସେ ଭାରତ ଫେରିଛନ୍ତି । ପୂର୍ଣ୍ଣମ ଭାରତ-ପାକିସ୍ତାନ ସୀମାରେ ପଞ୍ଜାବର ଏକ କ୍ଷେତ ନିକଟରେ ଡ୍ୟୁଟିରେ ଥିଲେ। ଭୁଲବଶତଃ ସେ ଭାରତୀୟ ସୀମା ପାର୍ କରି ପାକିସ୍ତାନରେ ପ୍ରବେଶ କରିଥିଲେ । ଯେଉଁଠାରେ ପାକିସ୍ତାନ ରେଞ୍ଜରମାନେ ତାଙ୍କୁ ଅଟକ ରଖିଥିଲେ।

    ତେବେ ପାକିସ୍ତାନରେ କେମିତି ଥିଲେ ସେସବୁ ଦିନ ସବୁ କହିଛନ୍ତି ଯବାନ । ଯବାନଙ୍କ ଆଖିରେ ପଟି ବାନ୍ଧି ରଖାଯାଇଥିଲା । ତାଙ୍କୁ ଶୋଇବାକୁ ଦିଆଯାଉନଥିଲା । ସବୁ ରାତିରେ ତାଙ୍କୁ ପଚରା ଉଚରା କରାଯାଉଥିଲା । ସୀମାରେ ମୁତୟନ ଭାରତୀୟ ସେନା ବାବଦରେ ତଥ୍ୟ ବାରମ୍ବାର ମଗାଯାଉଥିଲା । ପୂର୍ଣ୍ଣମଙ୍କ ସହ ଜଣେ ଯବାନ ଭାବେ ନୁହେଁ ବରଂ ଏକ ଗୁପ୍ତଚର ଭଳି ବ୍ୟବହାର କରାଯାଉଥିଲା । ତାଙ୍କୁ ଏକ ଗୁପ୍ତ ଜାଗାରେ ରଖାଯାଇଥିଲା  । ବାରମ୍ବାର ସ୍ଥାନ ବଦଳାଯାଉଥିଲା । ତାଙ୍କୁ ଏମିତି ଏକ ଜାଗାରେ ରଖିଥିଲେ ଯେଉଁଠି ବିମାନର ଶବ୍ଦ ସବୁ ଶୁଭୁଥିଲା । ହୁଏତ ତାହା ଏୟାର ବେସ୍ ହୋଇପାରେ ବୋଲି ପୂର୍ଣ୍ଣମ କହିଛନ୍ତି । ତେବେ ତାଙ୍କୁ ଶାରୀରିକ ନିର୍ଯାତନା ସିନା ଦିଆଯାଇନି, କିନ୍ତୁ ବାରମ୍ବାର ମାନସିକ ନିର୍ଯାତନା ଦିଆଯାଉଥିଲା । ସବୁଠାରୁ ବଡ଼ କଥା ତାଙ୍କୁ ଦାନ୍ତଘଷିବାକୁ ଦିଆଯାଉନଥିଲା । ବିନା ଦାନ୍ତ ଘଷାରେ ତାଙ୍କୁ ଖାଦ୍ୟ ଦିଆଯାଉଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    30.8 ° C
    30.8 °
    30.8 °
    38 %
    2.2kmh
    100 %
    Sat
    30 °
    Sun
    39 °
    Mon
    42 °
    Tue
    42 °
    Wed
    37 °

    ସମ୍ବନ୍ଧିତ