ଭାରତରେ ଭାଷା, ସଂସ୍କୃତି ଓ ଖାଦ୍ୟପେୟ ଭଳି ଘରର ନିର୍ମାଣଶୈଳୀରେ ମଧ୍ୟ ବିବିଧତା ଦେଖିବାକୁ ମିଳେ। କାଶ୍ମୀରରେ ଗଡ଼ାଣିଆ ଛାତ ଥିବା ଘର ଦେଖିବାକୁ ମିଳୁଥିବା ବେଳେ ରାଜସ୍ଥାନରେ ସମତଳ। ସେହିପରି, ଗୋଆ ଓ କେରଳରେ ଅଧିକ ବର୍ଷାକୁ ଦୃଷ୍ଟିରେ ରଖି ଘର ନିର୍ମାଣ କରାଯାଏ। ଏହା ପଛରେ ସ୍ଥାନୀୟ ପାଣିପାଗ , ଭୌଗୋଳିକ ପରିସ୍ଥିତି ଓ ଜୀବନଶୈଳୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
