Friday, March 13, 2026
22 C
Odisha

    ଶିବ ବିବାହ ପାଇଁ ପ୍ରସ୍ତୁତ ହେଲେଣି କନ୍ୟା ପିତା ମାତା, କିଣା ସରିଲାଣି ସବୁ ସାମଗ୍ରୀ

    ଆଗକୁ ପଢନ୍ତୁ

    ସମ୍ବଲପୁର : ଉତ୍ସବମୁଖର ହେବ ସମ୍ବଲପୁର ସହର । ଆଉ ଦିନ କେଇଟା ପରେ ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ କନ୍ୟା ପିତା ମାତା ଘରେ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଯାଇଛି । ବଡ଼ ବଜ଼ାର ଶୀତଳେଶ୍ୱର ବାବାଙ୍କ ଶ୍ବଶୁର ଘରେ ମଧ୍ୟ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ଦୂରରେ ରହୁଥିବା ଘରର ସଦସ୍ୟମାନେ ଘରେ ପହଞ୍ଚିବାରେ ଲାଗିଲେଣି । କନ୍ୟା ପିତା ଅକ୍ଷୟ କୁମାର ଜେନା ଓ ମାତା ରୂପେ କିରଣ ଜେନା ଝିଅ ପାର୍ବତୀଙ୍କୁ ଯୌତୁକ ଆକାରରେ ଦେବାକୁ ଥିବା ସବୁ ସାମଗ୍ରୀ କିଣି ସାରିଲେଣି । ପଲଙ୍କ, ଗଦା, ବାସନ କୁସନ, ସୁନା ଅଳଙ୍କାର ଠାରୁ ଆରମ୍ଭ କରି ମାଟି ପାତ୍ର, ଚିଲମ ପର୍ଯ୍ୟନ୍ତ ସବୁ କିଣା ସରିଛି । ଆସନ୍ତା ୨୯ ତାରିଖରେ ପତରପେଣ୍ଡି ବା ନିର୍ବନ୍ଧ ଥିବାବେଳେ ୩୧ ତାରିଖରେ ଶିବ ବିବାହ ରହିଛି ।

    ରାଜା ରାଜୁଡା ଅମଳରୁ ପାଳିତ ହୋଇଆସୁଛି ଶୀତଳ ଷଷ୍ଠୀ ଯାତ୍ରା । ତେଣୁ ଆଖ ପାଖ ଅଞ୍ଚଳର ହଜାର ହଜାର ଦର୍ଶକ ଏହି ଯାତ୍ରାକୁ ମନଭରି ଉପଭୋଗ କରିଥାନ୍ତି । ଦେବ ଦମ୍ପତିଙ୍କୁ ବିବାହ କରାଇବା ସହ କନ୍ୟା ପିତା ମାତା ଭାବେ କାର୍ଯ୍ୟ ତୁଲାଉ ଥିବାରୁ ଖୁସି ଅଛନ୍ତି କନ୍ୟା ପିତା ଏବଂ ମାତା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22 ° C
    22 °
    22 °
    22 %
    1.1kmh
    0 %
    Fri
    38 °
    Sat
    39 °
    Sun
    39 °
    Mon
    39 °
    Tue
    38 °

    ସମ୍ବନ୍ଧିତ