Sunday, March 29, 2026
39.1 C
Odisha

    ଶିଶୁ ବାଟିକାରେ ୧୫ ସୁଦ୍ଧା ମିଳିବ ମାଗଣା ପୋଷାକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜ୍ୟରେ ଥିବା ସମସ୍ତ ଶିଶୁ ବାଟିକାରେ ଆସନ୍ତା ୧୫ ତାରିଖ ସୁଦ୍ଧା ମାଗଣା ପୋଷାକ ବଣ୍ଟନ କରାଯିବ। ରାଜ୍ୟରେ ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଶିଶୁ ବାଟିକା ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ ପ୍ରଦାନ କରାଯିବ। ଓଡ଼ିଶାରେ ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା ) ପକ୍ଷରୁ ସମସ୍ତ ଜିଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ଏନେଇ ଅବଗତ କରାଯାଇଛି। ପ୍ରତି ବିଦ୍ୟାର୍ଥୀଙ୍କ ପୋଷାକ ପାଇଁ ଏକ ହଜାର ଟଙ୍କା ପ୍ରଦାନ କରାଯାଇଛି। ପ୍ରଥମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଯେଉଁ ନିୟମ କାର୍ଯ୍ୟକାରୀ ହୋଇଥିଲା ତାହା ଶିଶୁ ବାଟିକା ପିଲାଙ୍କ କ୍ଷେତ୍ରରେ ମଧ୍ୟ ଲାଗୁ କରାଯିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଯେଉଁ ଆର୍ଥିକ ବ୍ୟବସ୍ଥାରେ ପୋଷାକ କ୍ରୟ ହେଉଥିଲା ଅନୁରୂପ ଭାବେ ଶିଶୁ ବାଟିକାରେ ମଧ୍ୟ ସମାନ ନିୟମ କାର୍ଯ୍ୟକାରୀ ହେବ। ଜିଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଜିଲାସ୍ତରୀୟ କମିଟି ଏହି କାର୍ଯ୍ୟର ତଦାରଖ କରିବ। କୌଣସି ନୂଆ ଟେଣ୍ତର ହେବ ନାହିଁ। ପ୍ରଥମ ଶ୍ରେଣୀ ପିଲାଙ୍କ ପୋଷାକର ରଙ୍ଗ,ମାନ ,ଲୋଗୋ ଯାହା ଥିଲା ଶିଶୁ ବାଟିକାରେ ଛାତ୍ରଛାତ୍ରୀଙ୍କ ମଧ୍ୟ ସମାନ ରହିବ। ଆସନ୍ତା ୧୫ ତାରିଖ ସୁଦ୍ଧା ୟୁନିଫର୍ମ ବଣ୍ଟନ ପ୍ରକିୟା ଶେଷ କରିବାକୁ ଓସେପା ପକ୍ଷରୁ ଡିଇଓଙ୍କୁ ନିର୍ଦେଶ ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.1 ° C
    39.1 °
    39.1 °
    12 %
    3.7kmh
    2 %
    Sun
    39 °
    Mon
    41 °
    Tue
    38 °
    Wed
    40 °
    Thu
    40 °

    ସମ୍ବନ୍ଧିତ