Sunday, December 21, 2025
25.4 C
Odisha

    ଶୀତଦିନେ ଏହି ରୋଗ ପାଇଁ ବେଷ୍ଟ ହୋଇଥାଏ ମୂଳା

    ଆଗକୁ ପଢନ୍ତୁ

    ଶୀତ ଋତୁରେ ବହୁତ ପ୍ରକାରର ପନିପରିବା ମିଳିଥାଏ । ଏହି ଋତୁରେ ପନିପରିବା ବହୁତ ଶସ୍ତା ହୋଇଯାଏ । ଏହାସହ ଏହାର ଦର ମଧ୍ୟ କମ୍ ହୋଇଥାଏ । ଯାହାକୁ କିଣିବା ପାଇଁ କୌଣସି କଷ୍ଟ ହୋଇ ନଥାଏ । କିଛି ଲୋକ ଅଛନ୍ତି ଯେଉଁମାନଙ୍କୁ ପନିପରିବା ଖାଇବାକୁ ପସନ୍ଦ କରନ୍ତି ନାହିଁ । ହେଲେ ଜାଣି ପାରି ନଥାନ୍ତି ଯେ ଯଦି ପନିପରିବା ନଖାଇବା ତାହେଲେ ଆମ ଶରୀରରେ ବହୁତ ପ୍ରକାର ସମସ୍ୟା ଦେଖାଦେବ ।

    ବିଶେଷ କରି ଶୀତଦିନରେ ମାର୍କେଟରେ ମୂଳା ବହୁତ ମାତ୍ରାରେ ମିଳିଥାଏ । ମୂଳାକୁ ପ୍ରତ୍ୟେକ ଘରେ ବିଭିନ୍ନ ଉପାୟରେ ବ୍ୟବହାର କରାଯାଏ । ସେ ଭଜା ହେଉ କି ଡାଲମା, ସବୁ ଖାଦ୍ୟର ସ୍ୱାଦକୁ ମୂଳା ବଢ଼ାଇ ଦେଇଥାଏ । କିଛି ଲୋକ ଏହାକୁ ସାଲାଡ୍ ଭାବେ ଖାଉଥିବାବେଳେ ଆଉ କିଛି ଲୋକ ମୂଳା ଖାଇବାକୁ ପସନ୍ଦ କରିନଥାନ୍ତି । ଏଥିରେ ଅନେକ ଔଷଧୀୟ ଗୁଣ ରହିଛି । ଯାହା ପେଟର ଗ୍ୟାସ୍ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ ।

    ମୂଳାରେ ବହୁ ମାତ୍ରାରେ ଭିଟାମିନ ସି, ଭିଟାମିନ୍ ବି୬,ମ୍ୟାଗ୍ନେସିୟମ୍,ଫସଫରସ୍,ଆଇରନ୍, କ୍ୟାଲସିୟମ୍ ସମେତ ଅନେକ ପୁଷ୍ଟିକର ତତ୍ତ୍ବ ପ୍ରଚୁର ପରିମାଣରେ ରହିଛି । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ମୂଳା ଅନେକ ସ୍ୱାସ୍ଥ୍ୟ ଲାଭ ପ୍ରଦାନ କରିପାରିବ । ପୁଷ୍ଟିକର ତତ୍ତ୍ୱରେ ଭରପୂର ମୂଳାକୁ ଆପଣଙ୍କ ଶୀତକାଳୀନ ଖାଦ୍ୟରେ ସଠିକ୍ ପରିମାଣରେ ଏବଂ ସଠିକ୍ ଉପାୟରେ ସାମିଲ କରିବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇପାରିବ । ତେବେ ଆସନ୍ତୁ ଏହା କେଉଁ ଭଳି ସ୍ବାସ୍ଥ୍ୟ ସମସ୍ୟାର ସମାଧାନ କରେ ସେ ସମ୍ପର୍କରେ ଜାଣିବା ।

    ଅନ୍ତନଳୀ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ : ମୂଳା ଅନ୍ତନଳୀ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । କୋଷ୍ଠକାଠିନ୍ୟ ଦୂର କରିବା ପାଇଁ ମୂଳା ସେବନ କରିବା ଉତ୍ତମ ବିକଳ୍ପ ଅଟେ । ମୂଳା ଖାଇବା ଦ୍ବାରା ରକ୍ତକୁ ମଧ୍ୟ ପରିଷ୍କାର କରିବାରେ ସାହାଯ୍ୟ କରିଥାଏ । ତେଣୁ ଏହି ସବୁ ସମସ୍ୟା ପାଇଁ ଏହା ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇ ଆସୁଛି ।

    ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ : ଶୀତ ଦିନରେ ଶରୀର ବହୁତ ଦୁର୍ବଳ ହୋଇଥାଏ, ଯାହା ଫଳରେ ଅନେକ ରୋଗ ଆକ୍ରାନ୍ତ କରିଥାଏ । ଏହିପରି ସ୍ଥିତିରେ ଆପଣଙ୍କୁ ଭିଟାମିିନ ସି’ ରେ ଭରପୂର ମୂଳା ଖାଇବା ନିହାତି ଆବଶ୍ୟକ । ଯାହାକୁ ଖାଇଲେ ଅନେକ ରୋଗ ଦୂର ହୋଇଥାଏ ଏବଂ ସ୍ୱାସ୍ଥ୍ୟ ଭଲ ରହିଥାଏ । ଏହାସହ ଥଣ୍ଡା-କାଶ ଭଳି ସମସ୍ୟା ମଧ୍ୟ ଦୂର ହୋଇଥାଏ । ମୂଳାରେ ବିଶେଷ କଥା ହେଉଛି ଯେ ସେ ଖାଲି ସ୍ୱାସ୍ଥ୍ୟ ନୁହେଁ ବରଂ ତ୍ୱାଚ୍ଚାରେ ମଧ୍ୟ ଉନ୍ନତି ଆଣିଥାଏ ।

    ଓଜନ ନିୟନ୍ତ୍ରଣ କରେ : ମୂଳା ଅନେକ ଗୁଣରେ ଭରପୂର । ମୂଳା ଖାଇବା ଦ୍ୱାରା ଓଜନ କମ୍ ହୋଇଥାଏ । ଏହା ସହ ଅନେକ ସମସ୍ୟାରୁ ମଧ୍ୟ ମକ୍ତି ଦେଇଥାଏ ।

    ଡାଇବେଟିସକୁ ଦୂର କରେ : ଏହା ଏମିତି ଏକ ପରିବା ଯାହା ଡାଇବେଟିସ୍ ରୋଗୀଙ୍କ ପାଇଁ ବେଷ୍ଟ ହୋଇଥାଏ । ରକ୍ତ ଶର୍କରା ନିୟନ୍ତ୍ରଣ କରିବା ପାଇଁ ମୂଳା ଖାଇବା ନିହାତି ଆବଶ୍ୟକ । ଏଥିରେ ଥିବା ଗୁଣ ଡାଇବେଟିସଠାରୁ ରକ୍ଷା କରିଥାଏ ।

    ଆପଣ ଏହାକୁ ସେବନ କରିବା ଦ୍ବାରା ଆପଣଙ୍କଠାରେ ସକରାତ୍ମକ ପ୍ରଭାବ ଦେଖିବାକୁ ପାଇବେ । ଋତୁ ଅନୁସାରେ ପରିବା ଖାଇବାର ଅଭ୍ୟାସ କରନ୍ତୁ । ଯାହା ଆପଣଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରିବ । ତେଣୁ ଆପଣଙ୍କ ଖାଇବା ଲିଷ୍ଟରେ ମୂଳାକୁ ସାମିଲ କରନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.4 ° C
    25.4 °
    25.4 °
    33 %
    1.6kmh
    48 %
    Sun
    26 °
    Mon
    27 °
    Tue
    27 °
    Wed
    28 °
    Thu
    28 °

    ସମ୍ବନ୍ଧିତ