Thursday, January 8, 2026
11.2 C
Odisha

    ଶୀତଦିନେ କମ୍ବଳରେ ମୁହଁ ଘୋଡାଇ ଶୋଉଛନ୍ତି କି ? ହୋଇପାରେ ବଡ଼ ସମସ୍ୟା

    ଆଗକୁ ପଢନ୍ତୁ

    ବର୍ତ୍ତମାନ ଶୀତର ସମୟ ଚାଲିଛି । ତେବେ ଆମକୁ ଏହି ଦିନରେ ବିନା କମ୍ବଳରେ ରହିବା ପାଇଁ ବହୁତ ଅସୁବିଧା ହୋଇଥାଏ । ସେଥିପାଇଁ ସମସ୍ତ ଲୋକ ଶୋଇବା ପାଇଁ କମ୍ବଳର ବ୍ୟବହାର କରିଥାନ୍ତି । ତେବେ ଆପଣମାନେ ତ ଜାଣିଥିବେ, ଯେ ଶୋଇବା ସମୟରେ କିଛି ଲୋକ କମ୍ବଳରେ ମୁହଁ ଘୋଡାଇ ଶୋଇବା ପାଇଁ ପସନ୍ଦ କରନ୍ତି । କିନ୍ତୁ ଏପରି କରିବା ପାଇଁ ତାଙ୍କୁ ମନା କରାଯାଇଥାଏ । କାରଣ ଏପରି କରିବା ଦ୍ୱାରା ଆପଣଙ୍କୁ ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ କରିବାକୁ ପଡିଥାଏ ।

    ତେବେ ପ୍ରତିଦିନ କମ୍ବଳରେ ମୁହଁ ଘୋଡାଇ ଶୋଇବା ଦ୍ୱାରା ନିଶ୍ୱାସ ନେବାରେ ଅସୁବିଧା ହେବା ସହ ରକ୍ତ ସଞ୍ଚାଳନ ହେବା ମଧ୍ୟ ପ୍ରଭାବିତ ହୋଇଥାଏ  । ଏପରି ହେବାର କାରଣ ହେଉଛି ଆମେ କମ୍ବଳରେ ମୁହଁ ଘୋଡାଇ ଶୋଇବା ଦ୍ୱାରା ଆମେ ଠିକ୍‌ ଭାବେ ବାହାରର ତାଜା ଅମ୍ଳଜାନ ପାଇନଥାଉ ଏବଂ କେବଳ ଖରାପ ଅମ୍ଳଜାନ ଶରୀର ଭିତରକୁ ଯାଇଥାଏ । ଏହା ବ୍ୟତୀତ ମୁହଁ ଘୋଡାଇ ଶୋଇବା ମଧ୍ୟ ମେଟାବୋଲିଜିମ୍ ଉପରେ ପ୍ରଭାବ ପକାଇଥାଏ । ତାହେଲେ ଆସନ୍ତୁ ଜାଣିବା ଏପରି ହେବାର ଅନ୍ୟ ସବୁ କାରଣ ଏବଂ ହେଉଥିବା ଅସୁବିଧା ବିଷୟରେ ।

    ଜାଣନ୍ତୁ ମୁହଁ ଘୋଡାଇ କାହିଁକି ଶୋଇବା ଉଚିତ ନୁହେଁ :

    ଫୁସଫୁସ ନଷ୍ଟ ହୋଇପାରେ :ମୁହଁ ଘୋଡାଇ ଶୋଇବା ଦ୍ୱାରା ସଠିକ୍ ପରିମାଣର ଅମ୍ଳଜାନ ଶରୀରରେ ପହଞ୍ଚି ନଥାଏ । ଯାହା ଦ୍ୱାରା ଫୁସଫୁସ ଉପରେ ଖରାପ ପ୍ରଭାବ ପକାଇଥାଏ । ପରବର୍ତ୍ତୀ ସମୟରେ ଶ୍ୱାସକ୍ରିୟା କିମ୍ବା ହାର୍ଟ ଆଟାକ ଭଳି ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହୋଇପାରେ । ଅନେକ କ୍ଷେତ୍ରରେ ଫୁସଫୁସ ମଧ୍ୟ ସଙ୍କୁଚିତ ହେବା ପରି ଦେଖାଯାଏ । ତେଣୁ ଶୀତଦିନେ ମୁହଁ ଘୋଡାଇ ଶୋଇବା ପାଇଁ ମନା କରାଯାଏ । ଏଭଳି ଅଭ୍ୟାସଠାରୁ ଦୂରରେ ରୁହନ୍ତୁ ।

    ତ୍ୱଚା ସମସ୍ୟା :ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଶୀତଦିନେ ମୁହଁ ଘୋଡାଇ ଶୋଇବା ଦ୍ୱାରା ତ୍ୱଚା ସମ୍ବନ୍ଧୀୟ ଅନେକ ସମସ୍ୟା ହୋଇପାରେ । ତେବେ କମ୍ବଳ ଭିତରେ ଥିବା ଖରାପ ବାୟୁ ତ୍ୱଚାର ରଙ୍ଗକୁ କଳା କରିପାରେ । ଏହାଦ୍ୱାରା ତ୍ୱଚାରେ ଦାଗ ମଧ୍ୟ ଦେଖା ଦେଇପାରେ । ଅଧିକାଂଶ ଲୋକ ଜାଣି ନାହାଁନ୍ତି ଯେ ମୁହଁ ଘୋଡାଇ ଶୋଇବା କାରଣରୁ ଏପରି ହୋଇଥାଏ । ତେଣୁ ଏହି ଅଭ୍ୟାସକୁ ତୁରନ୍ତ ପରିବର୍ତ୍ତନ କରିବା ଉଚିତ । ନଚେତ ଆପଣ ଆଗକୁ ଯାଇ ବଡ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।

    ଯେଉଁମାନଙ୍କର ଆସ୍ଥମା କିମ୍ବା ଅନ୍ୟ କୌଣସି ଶ୍ୱାସ ଜନିତ ସମସ୍ୟା ଅଛି ସେମାନେ ଭୁଲରେ ମୁହଁ ଘୋଡାଇ ଶୋଇବା ଉଚିତ୍ ନୁହେଁ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି ।  ଏଭଳି ଅଭ୍ୟାସ ଏପରି ଲୋକଙ୍କ ପାଇଁ ଆଗକୁ ଯାଇ ବଡ଼ କ୍ଷତିର କାରଣ ହୋଇପାରେ । ଆସ୍ଥମା କିମ୍ବା ଅନ୍ୟାନ୍ୟ ରୋଗରେ ପୀଡିତ ରୋଗୀଙ୍କ ଫୁସଫୁସ ଦୁର୍ବଳ ହୋଇଯାଇଥାଏ । ଏପରି ପରିସ୍ଥିତିରେ ସେମାନେ ମୁହଁ ଘୋଡାଇ ଶୋଇବା ଦ୍ୱାରା ସଠିକ୍‌ ପରିମାଣରେ ଅମ୍ଳଜାନ ପାଇପାରିନଥାନ୍ତି । ଫଳରେ  ଆସ୍ଥମା କିମ୍ବା ନିଶ୍ୱାସ ପ୍ରଶ୍ୱାସ ଭଳି ଅନେକ ରୋଗ ହୋଇପାରେ । ତେଣୁ ଏହିପରି ରୋଗୀମାନେ ମୁହଁ ଘୋଡାଇ କେବେବି ଶୋଇବା ଉଚିତ୍ ନୁହେଁ । ନଚେତ ଆଗକୁ ଯାଇ ସେମାନଙ୍କ ପାଇଁ ବହୁତ ବଡ ସମସ୍ୟା ସୃଷ୍ଟି କରିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    11.2 ° C
    11.2 °
    11.2 °
    36 %
    1.2kmh
    24 %
    Thu
    26 °
    Fri
    26 °
    Sat
    26 °
    Sun
    27 °
    Mon
    28 °

    ସମ୍ବନ୍ଧିତ