ଭୁବନେଶ୍ୱର : ଶେଷ ନିଃଶ୍ବାସ ନେଉଛି ମାଓବାଦ । ଲାଲ କରିଡରରେ ଚାଲିଛି ଘନଘନ କମ୍ବିଂ। ନୂଆପଡ଼ାରେ ମାଓବାଦୀ ମାଟିତଳେ ଲୁଚାଇ ରଖିଥିବା ବିପୁଳ ଅସ୍ତ୍ରଶସ୍ତ୍ର ଠାବ ହୋଇଛି। ବୋଡ଼େନ ଥାନା ଅନ୍ତର୍ଗତ ପାଟଦରା ସଂରକ୍ଷିତ ଜଙ୍ଗଲରେ ଠାବ ହୋଇଛି ମାଓକ୍ୟାମ୍ପ । ନୂଆପଡ଼ା ଏସପିଙ୍କ ନେତୃତ୍ବରେ ବୋମା ନିଷ୍କ୍ରିୟକାରୀ ଟିମ୍, ଡିଭିଏଫ୍ ଯବାନ ଓ ୨୧୬ ବାଟାଲିୟନ ସିଆରପିଏଫ ଯବାନ ମିଳିତ ଭାବେ କମ୍ବିଂ ଅପରେଶନ କରିଥିଲେ। କମ୍ବିଂ ବେଳେ ପାଟଦରା ସଂରକ୍ଷିତ ଜଙ୍ଗଲରେ ମାଓବାଦୀ ମାଟିତଳେ ଲୁଚାଇ ରଖିଥିବା ଦେଶି ବନ୍ଧୁକ ସହ ବିପୁଳ ବିସ୍ଫୋରକ ଠାବ ହୋଇଛି । ପ୍ରେସର କୁକର ଓ ଟିଫିନ୍ ବୋମା ଜବତ କଲେ ସୁରକ୍ଷା ବାହିନୀ । ଅସ୍ତ୍ରଶସ୍ତ୍ର ଠାବ ପରେ ସଂପୃକ୍ତ ଅଞ୍ଚଳରେ କମ୍ବିଂ ଅପରେଶନକୁ ଆହୁରି ଜୋରଦାର କରାଯାଇଛି ।
