Friday, July 31, 2026
24.5 C
Odisha

    ଶ୍ରାବଣ ମାସର ରହିଛି ବିଶେଷ ମହତ୍ତ୍ବ, ଜାଣନ୍ତୁ କେବେ ପଡିବ ପ୍ରଥମ ସୋମବାର

    ଆଗକୁ ପଢନ୍ତୁ

    ଶ୍ରାବଣ ମାସର ବିଶେଷ ମହତ୍ତ୍ବ ରହିଛି । ଏହି ସମ୍ପୂର୍ଣ୍ଣ ମାସଟି ମହାଦେବଙ୍କ ପାଇଁ ସମର୍ପିତ । ଭୋଳାବାବାଙ୍କ ଭକ୍ତମାନେ ଏହି ମାସ ସାରା ତାଙ୍କୁ ପୂଜା କରି ଆଶୀର୍ବାଦକୁ ଲୋଡନ୍ତି । ଶ୍ରାବଣ ମାସରେ ସୋମବାରର ମହତ୍ତ୍ବ ଖୁବ୍ ଅଧିକ ହୋଇଯାଏ । ଏହି ମାସରେ ଶିବଙ୍କ ପୂଜା କରିବା ଦ୍ବାରା ମନୋସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ବାସ କରାଯାଏ ।

    ଝିପିଝିପି ବର୍ଷାରେ ଶିବଙ୍କ ନାମ ଧ୍ବନି ଶ୍ରାବଣ ମାସର ଆଗମନକୁ ଅନୁଭବ କରାଏ । ପ୍ରତି ବର୍ଷ ଭଳି ଏହି ବର୍ଷକୁ ମଧ୍ୟ ଶିବ ଭକ୍ତମାନେ ଅପେକ୍ଷା କରିଛନ୍ତି । ତେବେ ଆସନ୍ତୁ ଚଳିତ ବର୍ଷ ଶ୍ରାବଣ ମାସ କେବେଠାରୁ ଆରମ୍ଭ ଏବଂ କେତେ ସୋମବାର ପଡିବ ସେସମ୍ପର୍କରେ ଜାଣିବା ।

    ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ଆଷାଢ ପୂର୍ଣ୍ଣିମା ପରଦିନ ଶ୍ରାବଣ ମାସ ଆରମ୍ଭ ହୁଏ । ଏହି ବର୍ଷ ଶ୍ରାବଣ ମାସରେ, ଭକ୍ତମାନେ ଭଗବାନ ଶିବଙ୍କ ପୂଜା ପାଇଁ ୪ଟି ସୋମବାର ପାଇବେ । ଯାହାକୁ ଏକ ଅତ୍ୟନ୍ତ ଶୁଭ ସଂଯୋଗ ବୋଲି ବିବେଚନା କରାଯାଉଛି ।

    ପ୍ରଥମ ସୋମବାର : ଅଗଷ୍ଟ ୩, ୨୦୨୬

    ଦ୍ବିତୀୟ ସୋମବାର : ଅଗଷ୍ଟ ୧୦,୨୦୨୬

    ତୃତୀୟ ସୋମବାର : ଅଗଷ୍ଟ ୧୭, ୨୦୨୬

    ଚତୁର୍ଥ ସୋମବାର : ଅଗଷ୍ଟ ୨୪, ୨୦୨୬

    ପୌରାଣିକ କଥା ଅନୁଯାୟୀ, ମାତା ସତୀ ପାର୍ବତୀ ରୂପରେ ଦ୍ବିତୀୟ ଜନ୍ମ ନେଇଥିଲେ । ଭଗବାନ ଶିବଙ୍କୁ ସ୍ବାମୀ ଭାବରେ ପାଇବା ପାଇଁ ଶ୍ରାବଣ ମାସରେ କଠୋର ତପସ୍ୟା କରିଥିଲେ । ତାଙ୍କ ଭକ୍ତିରେ ଖୁସି ହୋଇ ଭଗବାନ ଶିବ ଏହି ମାସରେ ପାର୍ବତୀଙ୍କୁ ପତ୍ନୀ ଭାବରେ ଗ୍ରହଣ କରିଥିଲେ । ଏହା ବ୍ୟତୀତ ଏହି ମାସରେ ଭଗବାନ ଶିବ ସମୁଦ୍ର ମନ୍ଥନ ସମୟରେ ବାହାରିଥିବା ବିଷକୁ ନିଜ କଣ୍ଠରେ ଧାରଣ କରିଥିଲେ । ଯାହା ଦ୍ବାରା ଶିବ ନୀଳକଣ୍ଠ ନାମରେ ପରିଚିତ ହେଲେ । ବିଷର ଉତ୍ତାପକୁ ଶାନ୍ତ କରିବା ପାଇଁ ସମସ୍ତ ଦେବତା ତାଙ୍କୁ ଜଳ ଅର୍ପଣ କରିଥିଲେ । ଏହି କାରଣରୁ ଶ୍ରାବଣ ମାସରେ ଶିବଲିଙ୍ଗକୁ ଜଳ ଓ ବେଲପତ୍ର ଅର୍ପଣ କରିବାର ବିଶେଷ ମହତ୍ତ୍ବ ରହିଛି ।

    ଶ୍ରାବଣ ମାସରେ ଭଗବାନ ଶିବଙ୍କ ପୂଜା କରିବାର ଫଳ ବହୁଗୁଣିତ ହୋଇଥାଏ । ଶ୍ରାବଣ ମାସରେ ସକାଳୁ ଶୀଘ୍ର ଉଠି ଗାଧୋଇ ସଫା ପୋଷାକ ପିନ୍ଧନ୍ତୁ । ଏହା ପରେ ଶିବାଳୟକୁ ଯାଆନ୍ତୁ । ଉପବାସ ବ୍ରତର ବିଶେଷ ପୂଜା କରନ୍ତୁ । ପ୍ରଥମେ ଭଗବାନ ଗଣେଶ ଏବଂ କାର୍ତ୍ତିକେୟଙ୍କୁ ଜଳ ଅର୍ପଣ କରନ୍ତୁ। ଏହା ପରେ ଦେବୀ ପାର୍ବତୀଙ୍କ ପ୍ରତୀକ ହସ୍ତକମଳକୁ ଜଳ ଅର୍ପଣ କରନ୍ତୁ । ଏହା ପରେ ସର୍ପ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ । ଶେଷରେ, ଏକ ପତଳା ଧାରା ସହିତ ଶିବଲିଙ୍ଗ ଉପରେ ଜଳ ଅର୍ପଣ କରନ୍ତୁ। ଜଳ ଅର୍ପଣ କରିବା ସମୟରେ “ଓମ୍ ନମଃ ଶିବାୟ” କିମ୍ବା ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.5 ° C
    24.5 °
    24.5 °
    94 %
    2kmh
    100 %
    Thu
    24 °
    Fri
    30 °
    Sat
    31 °
    Sun
    30 °
    Mon
    31 °

    ସମ୍ବନ୍ଧିତ