Monday, August 31, 2026
23.4 C
Odisha

    ଶ୍ରୀମନ୍ଦିରରେ ଅଣସର ନୀତି ଆରମ୍ଭ, ପୂଜା ପାଉଛନ୍ତି ପଟି ଦିଅଁ

    ଆଗକୁ ପଢନ୍ତୁ

    ପୁରୀ : ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପୀଡିତ ହୋଇ ଅଣସର ଘରେ ବିଶ୍ରାମ ନେଉଛନ୍ତି ଚତୁର୍ଦ୍ଧାବିଗ୍ରହ । ଆଜି ଠାରୁ ମହାପ୍ରଭୁଙ୍କ ଅଣସରର ଗୁପ୍ତନୀତି ଆରମ୍ଭ ହୋଇଛି । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସେବକ ଦଇତାପତିମାନେ ଅନ୍ଧାରୀ କୋଠରୀ ଭିତରେ ଶ୍ରୀବିଗ୍ରହ ମାନଙ୍କ ଗୁପ୍ତ ସେବା ଆରମ୍ଭ କରିଛନ୍ତି ।

    ଅପରପକ୍ଷରେ ଦଶାବତାର ଠାକୁରଙ୍କ ସହ ପଟି ଦିଅଁଙ୍କ ପୂଜା ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି । ମହାପ୍ରଭୁଙ୍କ ପ୍ରତିବଦଳରେ ପଟିଦିଅଁ ପୂଜା ପାଉଛନ୍ତି ।  ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ସ୍ଥାନରେ ଅନନ୍ତ ନାରାୟଣ, ବଳଭଦ୍ର ଙ୍କ ସ୍ଥାନରେ ଅନନ୍ତ ବାସୁଦେବ ଓ ସୁଭଦ୍ରାଙ୍କ ସ୍ଥାନରେ ମା ଭୁବନେଶ୍ୱରୀ ପଟି ଦିଅଁ ପୂଜା ପାଉଛନ୍ତି ।  ଆଜି ସକାଳୁ ପଟିଦିଅଁ ସମ୍ମୁଖରେ ଆଳତି ଓ ଅନାନ୍ୟ ନୀତିକାନ୍ତି କରାଯାଉଛି । ଅଣସର ତାଟି ସମ୍ମୁଖରେ ପଟି ଦିଅଁ ଖଟୁଲି ଉପରେ ଦଶଅବତାର ଠାକୁର ବିଜେ କରିଛନ୍ତି ଅଣସରରେ ଥିବା ଠାକୁରଙ୍କୁ ଚକଟା ଓ ପଣା ଭୋଗ କରାଯାଉଛି ।  ଅଣସର ଘରେ ଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇବାରୁ ବଂଚିତ ଭକ୍ତ ଓ ସେବାୟତ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    23.4 ° C
    23.4 °
    23.4 °
    98 %
    1.8kmh
    100 %
    Mon
    25 °
    Tue
    25 °
    Wed
    27 °
    Thu
    28 °
    Fri
    29 °

    ସମ୍ବନ୍ଧିତ