Wednesday, March 25, 2026
37 C
Odisha

    ଶ୍ରୀମନ୍ଦିର ଉଡାଇବାକୁ ଧମକ: ପ୍ରେମିକାର ଫେକ ଆକାଉଣ୍ଟ କରି ଧମକ ଦେଇଥିଲା ପ୍ରେମିକ, ଯୁବକ ଗିରଫ

    ଆଗକୁ ପଢନ୍ତୁ

    ପୁରୀ କାହିଁକି ଶ୍ରୀମନ୍ଦିର ଉଡାଇବାକୁ ଧମକ ? । ଫେସବୁକ୍ ରେ ଧମକପୂର୍ଣ୍ଣ ପୋଷ୍ଟର ପର୍ଦ୍ଦାଫାସ । ଅଭିଯୁକ୍ତ ପ୍ରତୀକ ମିଶ୍ରକୁ ବାନ୍ଧିଲା ସିଂହଦ୍ୱାର ଥାନା ପୋଲିସ  ।  ପ୍ରେମରେ ବିଫଳ ହେବା ପରେ ପ୍ରେମିକାକୁ ବଦନାମ କରିବାକୁ କରିଥିଲା ଷଡ଼ଯନ୍ତ୍ର । ସଂପୃକ୍ତ ବ୍ୟକ୍ତି ଜୁଲିରାଣୀ ପଣ୍ଡା ନାମକ ମହିଳାଙ୍କୁ ଏପାଖିଆ ପ୍ରେମ କରୁଥିଲେ। ସେ ରାଜି ନ ହେବାରୁ ତାଙ୍କୁ ପାନେ ଦେବାକୁ ଯୋଜନା କରିଥିଲା ।

    ଗତ ୧୧ ତାରିଖରେ ପ୍ରେମିକା ନାଁରେ ଖୋଲିଥିଲେ ଫେସବୁକ୍ ଆକାଉଣ୍ଟ ।  ପ୍ରେମିକାର ଫେକ ଆକାଉଣ୍ଟରୁ ପୋଷ୍ଟ କରିଥିଲା ଧମକପୂର୍ଣ୍ଣ ମେସେଜ । ତାଙ୍କ ସିମ ବ୍ୟବହାର କରି ୧୧ ତାରିଖରେ ତାଙ୍କ ନାଁରେ ଆକାଉଣ୍ଟ ଖୋଲିଥିଲା। ଶ୍ରୀମନ୍ଦିର, ଗ୍ରାଣ୍ଡ ସେଣ୍ଟରକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦେଇଥିଲା। ସେହିପରି ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ଗୁଳିମାଡ଼ କରିବାକୁ ମଧ୍ୟ ଧମକ ଦେଇଥିଲା।  ସୋମବାର ପୋଷ୍ଟ ଭାଇରାଲ ପରେ ଏତଲା ଦେଇଥିଲେ ସୁଭାଶିଷ ଖୁଣ୍ଟିଆ । ଏତଲା ପରେ ଖୋଳତାଡ଼ କରି ଅଭିଯୁକ୍ତକୁ ବାନ୍ଧିଛି ପୁରୀ ସାଇବର ଥାନା ପୋଲିସ  ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    37 ° C
    37 °
    37 °
    17 %
    4.9kmh
    23 %
    Wed
    36 °
    Thu
    38 °
    Fri
    40 °
    Sat
    39 °
    Sun
    41 °

    ସମ୍ବନ୍ଧିତ