Tuesday, July 29, 2025
23.5 C
Odisha

    ଶ୍ରୀମନ୍ଦିର ଭିତରକୁ ହିଡେନ୍ କ୍ୟାମେରା ନେଇ ଧରାପଡିଲେ ଯୁବକ, ସନ୍ଦେହ ହେବାରୁ ଧରିଲା ପୋଲିସ

    ଆଗକୁ ପଢନ୍ତୁ

    ପୁରୀ : ଶ୍ରୀମନ୍ଦିର ଭିତରକୁ ହିଡେନ୍ କ୍ୟାମେରା ନେଇ ଧରାପଡିଲେ ଯୁବକ । ଅଭିନବ ଉପାୟରେ ଶ୍ରୀମନ୍ଦିର ଭିତରେ କଏଦ କରିଥିଲା ଫୋଟୋ ଭିଡିଓ । ବେହରଣ ଦ୍ଵାର ନିକଟରେ ସନ୍ଦେହ ହେବାରୁ ଉକ୍ତ ଯୁବକକୁ ଧରିଥିଲା ପୋଲିସ ।

    ସୂଚନା ଅନୁସାରେ ଯୁବକ ଜଣଙ୍କ ନିଜ ଚଷମାରେ ଲେନ୍ସ ଲଗାଇ ଶ୍ରୀମନ୍ଦିରର ଭିତର ଭିଜୁଆଲ ଉତ୍ତୋଳନ କରୁଥିଲା । ଚଷମାରେ ଲାଗିଥିବା ଲେନ୍ସରୁ ଫୋଟୋ ଭିଡିଓ ଗୁଡ଼ିକ ସିଧାସଳଖ ମୋବାଇଲକୁ ଟ୍ରାନ୍ସଫର ହେଉଥିଲା । ବେହରଣ ଦ୍ଵାର ନିକଟରେ ସନ୍ଦେହ ହେବାରୁ ଉକ୍ତ ଯୁବକକୁ ପୋଲିସ ଧରିଥିଲା । ଶ୍ରୀମନ୍ଦିର ସଶସ୍ତ୍ର ସୁରକ୍ଷା ବାହିନୀତାକୁ ସିଂହଦ୍ୱାର ଥାନାର କଣ୍ଟ୍ରଲ ରୁମ ଜିମା ଦେଇଛନ୍ତି ।

    ସେହିପରି ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତିକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ବା ଏଏସ୍‌ଆଇ ଫଟୋ ପୋଷ୍ଟ କରିଥିଲା । ରତ୍ନଭଣ୍ଡାର ନୂତନ ଜୀବନ ପାଇଲା ବୋଲି କିଛି ଫଟୋକୁ ସୋସିଆଲ ଏକ୍ସରେ ପୋଷ୍ଟ କରିଥିଲା ଏଏସ୍‌ଆଇ । ଫଟୋ ପୋଷ୍ଟକୁ ବୁଦ୍ଧିଜୀବୀମାନେ ନାପସନ୍ଦ କରିବାରୁ ବିଳମ୍ବିତ ରାତିରେ ଫଟୋ ଗୁଡ଼ିକୁ ଡିଲିଟ୍ କରିଦେଇଛନ୍ତି ଏଏସ୍‌ଆଇ କର୍ତ୍ତୃପକ୍ଷ । ଶ୍ରୀମନ୍ଦିରରେ ଫଟୋ ଓ ଭିଡିଓକୁ ନେଇ ରହିଥିବା ଆଇନକୁ ନିଜେ ଉଲ୍ଲଂଘନ କରିଛି ଏଏସ୍‌ଆଇ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.5 ° C
    23.5 °
    23.5 °
    93 %
    2.2kmh
    100 %
    Tue
    24 °
    Wed
    26 °
    Thu
    29 °
    Fri
    31 °
    Sat
    31 °

    ସମ୍ବନ୍ଧିତ