Sunday, May 10, 2026
36.1 C
Odisha

    ଷୋଡଶ ଅର୍ଥ କମିଶନକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଷୋଡଶ ଅର୍ଥ କମିଶନଙ୍କ ସହ ବୈଠକ ଆଜି ଶେଷ ହୋଇଛି । ବୈଠକ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡିଶାର ଦାବି ବିଷୟରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, କମିଶନଙ୍କ ନିକଟରେ ବିକଶିତ ଓଡିଶା ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି । ୨୦୨୬-୩୧ ଯାଏଁ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଏହା ପ୍ରତିଫଳିତ ହେବ ବୋଲି ଆଶା ରହିଛି । କେନ୍ଦ୍ର ସରକାରଙ୍କ ଟିକସ ଆୟରୁ ୪୧ ପ୍ରତିଶତ ରାଜ୍ୟମାନଙ୍କୁ ବଣ୍ଟନ କରାଯାଉଛି । ଏହା ୫୦ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ଦାବି କରାଯାଇଛି । ରାଜ୍ୟର ଆର୍ଥିକ ଦିଗ ଉପରେ ବିସ୍ତୃତ ଆଲୋଚନା ସହ ଅର୍ଥ କମିଶନଙ୍କ ନିକଟରେ ୧୨ ଲକ୍ଷ ୫୯ ହଜାର ୧୪୮ କୋଟି ଟଙ୍କା ଦାବି କରାଯାଇଛି । ପୂର୍ବର ରାଜସ୍ୱ ନିଅଣ୍ଟକୁ ୯.୪୮ ଲକ୍ଷ କୋଟି କରିବାକୁ ଦାବି ହୋଇଛି । ସ୍ପେସିଫିକ୍‌ ଫଣ୍ଡ ବାବଦରେ ୧,୧୦ ଲକ୍ଷ କୋଟିର ଦାବି ଉପସ୍ଥାପନ କରାଯାଇଛି ।ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ଅନୁଦାନ ପାଇଁ ୧.୩୬ ଲକ୍ଷ କୋଟିର ଅର୍ଥ ଦାବି କରାଯାଇଛି । ଏହାସହ ଏସଡିଆରଏଫରେ ଶତ ପ୍ରତିଶତ କେନ୍ଦ୍ର ଦେବାକୁ ଦାବି ରଖାଯାଇଛି । ଏ ବାବଦକୁ ୩୧ ହଜାର କୋଟି ଦାବି କରାଯାଇଛି । ଏସଡିଆରଏଫରେ କେନ୍ଦ୍ର ୭୫% ଓ ରାଜ୍ୟ ୨୫% ଦେଇଥାଏ । ଅଧିକାଂଶ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଆସୁଥିବାରୁ ଶତ ପ୍ରତିଶତ ମିଳୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    36.1 ° C
    36.1 °
    36.1 °
    29 %
    3.3kmh
    35 %
    Sun
    34 °
    Mon
    38 °
    Tue
    38 °
    Wed
    41 °
    Thu
    42 °

    ସମ୍ବନ୍ଧିତ