Sunday, March 29, 2026
39.1 C
Odisha

    ଷ୍ଟାର୍ଟ ବେଳେ ହୁତୁ ହୁତୁ ହୋଇ ଜଳିଗଲା ବାଇକ, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବାଇକ ଚାଳକ

    ଆଗକୁ ପଢନ୍ତୁ

    ବାସୁଦେବପୁର : ଷ୍ଟାର୍ଟ ବେଳେ ହୁତୁ ହୁତୁ ହୋଇ ଜଳିଗଲା ବାଇକ ।  ଭଦ୍ରକ ଜିଲ୍ଲା ବାସୁଦେବପୁର ଅନନ୍ତପୁର ରାସ୍ତାର ଭୈରବପୁର ଛକ ନିକଟରେ ଘଟିଛି ଘଟଣା ।  ପୌରପାଳିକା ସ୍ଥିତ ରାଧାନାଥପୁର ଆଡିଆ ଗାଁର ରଂଜିତ ମାଇତ ତାଙ୍କ ବାପାଙ୍କ ସହିତ ପଲସର ବାଇକ ଯୋଗେ ବାସୁଦେବପୁର ଆସୁଥିଲେ ।  ଅଧା ରାସ୍ତାରେ ପେଟ୍ରୋଲ ସରିଯିବାରୁ ତେଲ ପକାଇବା ପାଇଁ ଭୈରବପୁର ଛକ ନିକଟକୁ ଆସିଥିଲେ ।  ତେଲ ପକାଇବା ପରେ ବାଇକକୁ ଷ୍ଟାର୍ଟ କରୁଥିବା ବେଳେ ହଠାତ ବାଇକରେ ନିଆଁ ଲାଗି ଯାଇଥିଲା ।  ଚାହୁଁ ଚାହୁଁ ରାସ୍ତା ମଝିରେ ଜଳିଯାଇଥିଲା ବାଇକ ।  ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ବାଇକ ଚାଳକ ରଞ୍ଜିତ ।  ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ବେଳକୁ ବାଇକଟି ପୋଡି ପାଉଁଶ ହୋଇଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.1 ° C
    39.1 °
    39.1 °
    12 %
    3.7kmh
    2 %
    Sun
    39 °
    Mon
    41 °
    Tue
    38 °
    Wed
    40 °
    Thu
    40 °

    ସମ୍ବନ୍ଧିତ