Wednesday, October 14, 2026
24.1 C
Odisha

    ସଂଗଠନର ୨୧ ଜଣ କମ୍ରେଡଙ୍କର ମୃତ୍ୟୁ ହୋଇଛି: ନକ୍ସଲ

    ଆଗକୁ ପଢନ୍ତୁ

    ସୀମାନ୍ତ ଛତିଶଗଡ଼ର ଜାତୀୟ ଉଦ୍ୟାନ ଏବଂ ଟେକାମେଟା ଜଂଗଲରେ ପୁଲିସ ଏନକାଉଣ୍ଟରରେ ୩୧ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା ବେଳେ ଆଜି ନକ୍ସଲ ସଂଗଠନ ପକ୍ଷରୁ ପ୍ରେସ ବିବୃତ୍ତି ଜାରି କରାଯାଇଛି। ଏହି ପ୍ରେସ ବିବୃତ୍ତିରେ ସଂଗଠନର ୨୧ ଜଣ କମ୍ରେଡଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି। ସେହିପରି ଫେବ୍ରୁଆରି ୧ ତାରିଖ ଦିନ ତଡକା ଗ୍ରାମରେ ପୁଲିସ ଆଖିପୁଜା ଗୁଳି ବର୍ଷଣ କରି ୨୪ ଜଣ ଗ୍ରାମବାସୀଙ୍କୁ ଆହତ କରିଥିବା ବେଳେ ୮ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ କରାଯାଇଛି। ଜାନୁଆରି ୧୬ ତାରିଖରେ ମଧ୍ୟ ସିଙ୍ଗନପାଲୀ ଠାରେ ୪ ଜଣ ଗ୍ରାମବାସୀଙ୍କୁ ପୁଲିସ ଧରି ହତ୍ୟା କରିଛି। ଏହି ହତ୍ୟାକାଣ୍ଡକୁ ନକ୍ସଲ ସଂଗଠନ ବିରୋଧ କରିବା ସହ ନିନ୍ଦା କରିଛି। ଆସନ୍ତା ୧୮ ତାରିଖ ଦିନ ବିଜାପୁର, ସୁକମା ଏବଂ ଦନ୍ତେଵାଡା ଜିଲ୍ଲା ବନ୍ଦ ଡାକରା ଦେଇଛି ମାଓ ସଂଗଠନ।

    ସଂଗଠନର ମୃତ କମ୍ରେଡମାନେ ହେଲେ କଲମୁ ଉଙ୍ଗାଲ, ଓୟାମ ସୁବାଷ, ହେମଲା ମଙ୍ଗୁ, ମାଡ଼ବି ବଜନି, ଆପକା ସୋନୁ, ଉଇକା ସମ୍ବାରୁ, କୁଡିୟମ ରମେଶ, କଡ଼ତି ମଲ୍ଲି, ପୟମ ମୈନି, ହେମଲା ଜ୍ୟୋତି, ପୋଟାମ କୋଷା, ମଝି ରାଜୁ, ମାଡ଼ବି ସୋନୁ, ଦେଷୁ,ପୁନେମ ରଘୁ, ମାଡ଼କମ ସୁକମତି, କୁଡ଼ିୟମ ମନ୍ନି, ମାଡ଼ବି ସଂଜତି, ପୁନେମ ମୈନି, ପଡ଼ିୟମ ଶାନ୍ତି ଏବଂ କୁମ୍ମା ସଂଜୟ। ଏହି ଘଟଣାରେ ବହୁ ଲୋକଙ୍କୁ ଧରି ନିର୍ଯାତନା ଦିଆଯାଇଛି।

    ସରକାରଙ୍କର ଅପରେସନ କଗାରକୁ ହରାଇବା ସହ ସଂଗଠନକୁ ସହଯୋଗ କରିବା ପାଇଁ ଆହ୍ବାନ ଦିଆଯାଇଛି। ପୁଲିସ ଲଗତାରା ନକ୍ସଲ ସଂଗଠନ ଉପରେ ବର୍ବରତା ଭାବେ ହତ୍ୟା କରିଚାଲିଛି। ଏହାକୁ ସବୁ ବର୍ଗର ଲୋକେ ବିରୋଧ କରିବା ସହ ନିନ୍ଦା ଏବଂ ଆନ୍ଦୋଳନ କରନ୍ତୁ ବୋଲି କୁହାଯାଇଛି। ତେବେ ବିଜେପିର ଏଭଳି କୃରତାକୁ ସଂଗଠନ ନିନ୍ଦା କରିବା ସହ ବନ୍ଦ ଡାକରା ଦେଇଥିବା ଦକ୍ଷିଣ ବସ୍ତର ଡିଭିଜନର ସଚିବ ସମତା କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.1 ° C
    24.1 °
    24.1 °
    79 %
    1.7kmh
    74 %
    Tue
    23 °
    Wed
    29 °
    Thu
    29 °
    Fri
    31 °
    Sat
    31 °

    ସମ୍ବନ୍ଧିତ