ଆଜିକାଲି କିଛି ଲୋକଙ୍କ ପାଇଁ ସକାଳୁ ଉଠିଲେ ଚା ପିଇବା ଏକ ଦୈନନ୍ଦିନ ଅଭ୍ୟାସ ପାଲଟିଯାଇଥାଏ। ଯାହା ତାଙ୍କ ଜୀବନଶୈଳୀ ଉପରେ ପ୍ରଭାବ ଅନେକ ମାତ୍ରାରେ ପକାଇଥାଏ । ସକାଳୁ ଖାଲି ପେଟରେ ଚାହା ପିଇବା ଦ୍ବାରା ଆମେ ବିଭିନ୍ନ ମାତ୍ରାରେ ରୋଗକୁ ବରଣ କରିଥାଉ। ପ୍ରଥମେ ତାହା ଜଣାପଡିନଥାଏ । କିନ୍ତୁ ପରବର୍ତ୍ତି ସମୟରେ ତାହା ସମସ୍ୟା ବଢାଇଥାଏ। ଯଦି ଚାହା ସୀମିତ ପରିମାଣରେ ଏବଂ ସଠିକ୍ ଉପାୟରେ ପିଇଥାନ୍ତି, ତେବେ ଏହା ଶରୀରକୁ ଅନେକ ଲାଭ ପ୍ରଦାନ କରେ ।ଏହା ମୁଣ୍ଡବିନ୍ଧାରୁ ମୁକ୍ତି ଦିଏ । କିଛି ଲୋକ ସକାଳେ ଉଠିବା ମାତ୍ରେ କଫି କିମ୍ବା ଚା ପିଇବା ଆରମ୍ଭ କରିଦିଅନ୍ତି । ଏହା ମନେ ରଖନ୍ତୁ ଯେ, ଯଦି ଆପଣଙ୍କର ସକାଳେ ଉଠିବା ମାତ୍ରେ ଚା କିମ୍ବା କଫି ପିଇବାର ଅଭ୍ୟାସ ଅଛି। ତେବେ ଏହା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ ।
ସକାଳେ ଖାଲି ପେଟରେ କଫି ସେବନ କରିବା ଲାଭ ବଦଳରେ କ୍ଷତି କରିପାରେ । ଏହା ଗ୍ୟାସ୍, ଏସିଡିଟି, ପେଟ ଫୁଲିବା, କୋଷ୍ଠକାଠିନ୍ୟ, ଖରାପ ପାଚନ ଏବଂ ଅନ୍ୟାନ୍ୟ ମଧ୍ୟ ସୃଷ୍ଟି କରିପାରେ ।
ବିଶେଜ୍ଞଙ୍କ ମତରେ, ସକାଳେ ଖାଲି ପେଟରେ ଚାହା ପିଇବା ଠାରୁ ଦୂରେଇ ରହିବା ଉଚିତ । ଖାଲି ପେଟରେ ଚାହା ପିଇବା ଦ୍ୱାରା ଏସିଡିଟି ହୋଇପାରେ । ଯାହା ବି ପିଉଛନ୍ତି , କଫି କିମ୍ବା ଚା, ସକାଳର ଜଳଖିଆ ଖାଇବା ପରେ ପିଅନ୍ତୁ । ସକାଳେ ଏକ ହେଲଦି ଖାଦ୍ୟ ଖାଆନ୍ତୁ । ଏହା ପରେ ଆପଣ ଅଧ ଘଣ୍ଟା ପରେ କଫି କିମ୍ବା ଚା ପିଇପାରିବେ। ଏଥିରେ କୌଣସି ଅସୁବିଧା ନାହିଁ । ତେବେ ଶରୀର ପ୍ରତି ସଚେତନ ରହିବା ନିହାତି ଆବଶ୍ୟକ ।

