Monday, March 9, 2026
23.2 C
Odisha

    ସଚିବାଳୟ ପରିସରରେ ‘ରିଲ୍ସ’ ଉପରେ ରୋକ୍, କଟକଣା ଲଗାଇଛନ୍ତି ସରକାର

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ସଚିବାଳୟ ପରିସରରେ ‘ରିଲ୍ସ’ ଉପରେ ରୋକ୍ । ଏଣିକି ସରକାରୀ ଅଫିସରେ ରିଲ୍ସ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ସରକାରୀ ଅଫିସ୍ ରେ ରିଲ୍ସ କରିବା ଉପରେ କଟକଣା ଲଗାଇଛନ୍ତି ସରକାର । ଲୋକସେବା ଭବନ, ରାଜୀବ ଭବନ ଓ ଖାରବେଳ ଭବନରେ ରିଲ୍ସ ମନା ହୋଇଛି । ସେହିପରି ସମ୍ବେଦନଶୀଳ ସରକାରୀ ପ୍ରତିଷ୍ଠାନରେ ମଧ୍ୟ ରିଲ୍ସ କରିବା ଉପରେ କଟକଣା ଲାଗିଛି । ଭିଡିଓ, ଫଟୋ ସୋସିଆଲ ମିଡିଆରେ ଅପଲୋଡିଂ କରିପାରିବେ ନାହିଁ ।

    ଏନେଇ ଗୃହ ବିଭାଗ ପକ୍ଷରୁ ଏ ନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ସମସ୍ତ ସରକାରୀ କର୍ମଚାରୀ, ଅଧିକାରୀ ଓ ଭିଜିଟର୍ସଙ୍କ ପାଇଁ କଟକଣା ଲାଗୁ ହୋଇଛି । ନିୟମ ଉଲ୍ଲଙ୍ଘନ କଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ଏଭଳି କାର୍ଯ୍ୟକଳାପ ଦ୍ୱାରା ଶାସନ ବ୍ୟବସ୍ଥାର ଗୁରୁତ୍ୱ ଏବଂ ଅଫିସ ଶୃଙ୍ଖଳା ପ୍ରଭାବିତ ହେବା ଆଶଙ୍କା ରହିଛି। ଭିତର ଦୃଶ୍ୟ ସୋସିଆଲ ମିଡିଆରେ ପ୍ରସାରିତ ହେବା ସୁରକ୍ଷା ଦୃଷ୍ଟିକୋଣରୁ ବିପଜ୍ଜନକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    76 %
    2.5kmh
    0 %
    Mon
    24 °
    Tue
    38 °
    Wed
    39 °
    Thu
    39 °
    Fri
    40 °

    ସମ୍ବନ୍ଧିତ