ଗୁଣପୁର/ ଲକ୍ଷ୍ମୀପୁର : ରାୟଗଡା ଜିଲ୍ଲା ଗୁଣପୁର ଥାନା ଅନ୍ତର୍ଗତ ଭାଲେରୀ କୁଡ଼ିଆ ଗ୍ରାମ ମୁଖ୍ୟ ରାସ୍ତାରେ ଭାରସାମ୍ୟ ହରାଇ ଗଛକୁ ପିଟିଲା ଟିପ୍ପର । ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଚାଳକ ଜଣକ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକ ଦ୍ବୟ ହେଲେ ରାମାନାଗୁଡା ବ୍ଲକ ଅନ୍ତର୍ଗତ ଅର୍ଜୁନଗୁଡା ଗ୍ରାମର ଅଲିକ୍ଷ ପାତିକା ଓ ଅଜୟ ପାଲକା ବୋଲି ଜଣାପଡିଛି ।
ସୂଚନା ଅନୁସାରେ ଆଜି ଭୋର ସମୟରେ ଟିପ୍ପରଟି ଗୁଣପୁରରେ ବାଲି ଅନଲୋଡ କରି ଫେରିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲା । ସଂଗେ ସଂଗେ ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ଉଦ୍ଧାର କରି ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି । ଗୁରୁତର ଚାଳକ ଜଣକ ଉତ୍ତମ ଚିକିତ୍ସା ପାଇଁ ବାହାରକୁ ସ୍ଥାନାନ୍ତର କରାଯାଇଥିବା ଗୁଣପୁର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ସନ୍ଦୀପ ସ୍ୱାଇଁ ପ୍ରକାଶ କରିଛନ୍ତି ।
ସେହିପରି କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ୪ ଜଣ ଆହତ ହୋଇଛନ୍ତି ।
ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ନିକଟରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହୋଇ ଏହି ଦୁର୍ଘଟଣା ଘଟିଛି । ମୃତକ ହେଲେ ଗାଦାବାଗୁଡା ଗାଁର ଅଭି ମିଣିଆକା ଓ ଶରତ ତାଡ଼ିଙ୍ଗି । ଆହତଙ୍କୁ ପ୍ରଥମେ ନାରାୟଣପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଓ ପରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ଗୋଟିଏ ବାଇକରେ ୪ ଜଣ ଓ ଅନ୍ୟ ବାଇକରେ ୨ ଜଣ ଥିଲେ । ଦୁର୍ଘଟଣାରେ ୨ ଜଣଙ୍କ ପ୍ରାଣହାନି ହୋଇଛି ।