Monday, December 29, 2025
18 C
Odisha

    ସମୁଦ୍ର କଙ୍କଡା ଦେଇଛି ରୋଜଗାର, ବିଦେଶକୁ ରପ୍ତାନି ହେଉଛି ସିଝା କଙ୍କଡା

    ଆଗକୁ ପଢନ୍ତୁ

    ଅସ୍ତରଙ୍ଗ: ସି ଫୁଡ଼ ବା ସାମୁଦ୍ରିକ ଖାଦ୍ଯ କୁ କିଏ ବା ଭଲ ନ ପାଏ । ସାମୁଦ୍ରିକ ଖାଦ୍ଯ ବା ସି ଫୁଡ଼ ମଧ୍ୟରେ ଲୋକମାନେ ସମୁଦ୍ର ମାଛ,କଙ୍କଡା,ଚିଙ୍ଗୁଡିକୁ ବୁଝିଥାନ୍ତି । ଆଉ ଏହି ସବୁ ଖାଦ୍ଯ ବଡ ବଡ ତାରକା ହୋଟେଲ ମାନଙ୍କରେ ବେଶ ଦାମିକା ଖାଦ୍ଯ ଭାବରେ ପରଷା ଯାଇଥାଏ ଦାମୀ ଗ୍ରାହକ ମାନଙ୍କୁ । ଏହି ଖାଦ୍ଯ ମଧ୍ୟରେ ସମୁଦ୍ର କଙ୍କଡା ହେଉଛି ଆମିଷ ପ୍ରେମୀ ମାନଙ୍କର ଏକ ଆକର୍ଷଣର ଖାଦ୍ଯ । ଅସ୍ତରଙ୍ଗ ସମୁଦ୍ର ଏବଂ ଦେବୀନଦୀରେ ମିଳୁଥିବା କଙ୍କଡା ବର୍ତମାନ ଦେଶ ଏବଂ ବିଦେଶକୁ ରପ୍ତାନି ହେଉଥିବା ଦେଖିବାକୁ ମିଳିଛି । ଅସ୍ତରଙ୍ଗ ଦେବୀନଦୀ ଏବଂ ସମୁଦ୍ରରେ ଅନେକ ପ୍ରଜାତିର କଙ୍କଡା ଦେଖିବାକୁ ମିଳିଥାନ୍ତି ।

    ସେଥିମଧ୍ୟରୁ ଟୁ ଷ୍ଟାର କଙ୍କଡା , ଥ୍ରୀ ଷ୍ଟାର କଙ୍କଡା ,ବ୍ଲୁ କଙ୍କଡା ,ଏବଂ ଗ୍ରୀନ କଙ୍କଡା ଅନ୍ୟତମ । ଏହି କଙ୍କଡା ଗୁଡିକ ବର୍ଷର ସବୁ ସମୟରେ ଦେଖିବାକୁ ମିଳିନଥାନ୍ତି । ନଭେମ୍ବର ମାସ ଠାରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏହି କଙ୍କଡା ମାନଙ୍କର ମିଳନ ଋତୁ ହୋଇଥିବା କାରଣରୁ ଏହି କଙ୍କଡା ଗୁଡିକ ସମୁଦ୍ରର ଜଳରାଶି ଉପରେ ମିଳନ ପ୍ରକ୍ରିୟା ସମ୍ପାଦନ କରିଥାନ୍ତି । ଏହି ସମୟରେ ସ୍ଥାନୀୟ ମତ୍ସ୍ୟଜୀବୀ ମାନେ ସମୁଦ୍ର ମଧ୍ୟକୁ ଯାଇ ବକ୍ସ ନେଟ ମାଧ୍ୟମରେ କଙ୍କଡା ଗୁଡିକୁ ଧରିଥାନ୍ତି । ଏହି ସମୟରେ କଙ୍କଡା ଧରି ମତ୍ସ୍ୟଜୀବୀ ମାନେ ବେଶ ଦୁଇ ପଇସା ରୋଜଗାର କରିଥାନ୍ତି ।

    ମାଛ କଙ୍କଡା ,ଚିଙ୍ଗୁଡିକୁ ବ୍ୟବସାୟୀ ମାନେ ବରଫ ଦେଇ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ରପ୍ତାନି କରିଥାନ୍ତି । କିନ୍ତୁ ଅସ୍ତରଙ୍ଗ ସମୁଦ୍ର କଙ୍କଡା ରପ୍ତାନି କ୍ଷେତ୍ରରେ ଅନ୍ୟ କିଛି ଦେଖିବାକୁ ମିଳିଥାଏ । ମତ୍ସ୍ୟଜୀବୀ ମାନେ ସମୁଦ୍ରରୁ କଙ୍କଡା ଧରି ବ୍ୟବସାୟୀ ମାନଙ୍କୁ ବିକ୍ରି କରିବା ପରେ ବ୍ୟବସାୟୀ ମାନେ ସେହି କଙ୍କଡାକୁ ଅସ୍ତରଙ୍ଗ ମାଛ ଧରା ଜେଠି ରେ ବଡ ବଡ ଟପ ରେ ଭରି ସେହି କଙ୍କଡା ଗୁଡିକୁ ସିଝାଇ ଦେଉଛନ୍ତି । ସିଝିଯିବା ପରେ କଙ୍କଡାକୁ ଟ୍ରେ ରେ ଢାଳି ସେଥିରୁ କଙ୍କଡାର ଉପର ଖୋଳପାକୁ କଙ୍କଡା ଠାରୁ ଅଲଗା କରିଦେଉଛନ୍ତି ।

    କଙ୍କଡା ଖୋଳପା ଠାରୁ ଅଲଗା ହେବା ପରେ ପଲିଥିନ ରେ ଭର୍ତି କରାଯାଇ ଶୋଲ ପେଟିରେ ରଖି ସେଥିରେ ବରଫ ଦିଆଯାଇ ପ୍ୟାକିଂ କରାଯାଉଛି ଏବଂ ସେହି ପ୍ୟାକିଂ କଙ୍କଡାକୁ ବାହାର ରାଜ୍ୟ ଗୁଜୁରାଟ,ଚେନାଇକୁ ରପ୍ତାନି କରାଯାଉଛି । ଗୁଜୁରାଟ ଏବଂ ଚେନାଇ ପହଞ୍ଚିବା ପରେ ଗୁଜୁରାଟ ଏବଂ ଚେନାଇ ବନ୍ଦର ରୁ ଶିପ ଯୋଗେ ଅଷ୍ଟ୍ରେଲିଆ ,ଇଂଲଣ୍ଡ ,ଆମେରିକା ,ଭଳି ଦେଶ କୁ ଏହି କଙ୍କଡା ରପ୍ତାନି ହେଉଛି । ବିଦେଶରେ ରହିଥିବା ବିଭିନ୍ନ ତାରକା ହୋଟେଲ ମାନଙ୍କରେ ଦାମୀ ଗ୍ରାହକ ମାନଙ୍କ ଖାଇବା ଥାଳିରେ ପରଷା ଯାଉଛି ଅସ୍ତରଙ୍ଗର ସମୁଦ୍ରର କଙ୍କଡା । ବ୍ୟବସାୟୀଙ୍କ କହିବା କଥା ବିଦେଶରେ ଏହି ସିଝା ଯାଇ ଖୋଳପା ଛଡିଆ କଙ୍କଡାର କିଲୋ ପ୍ରତି ମୂଲ୍ୟ ଭାରତୀୟ ମୁଦ୍ରା ରେ ୩୫୦୦୦ ଟଙ୍କା । ଅସ୍ତରଙ୍ଗ ସମୁଦ୍ର କଙ୍କଡା ପ୍ରେମରେ ବିଦେଶୀ ଯାହା ଅସ୍ତରଙ୍ଗ ପାଇଁ ଏକ ଖୁସି ଖବର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    18 ° C
    18 °
    18 °
    30 %
    1.4kmh
    0 %
    Mon
    17 °
    Tue
    29 °
    Wed
    29 °
    Thu
    29 °
    Fri
    29 °

    ସମ୍ବନ୍ଧିତ