Sunday, October 11, 2026
29.5 C
Odisha

    ସମ୍ବଲପୁର ରେଙ୍ଗାଲି ନିକଟରେ ଦୁର୍ଘଟଣା: ଟ୍ରଲରକୁ ପଛପଟୁ ପିଟିଲା ବସ୍, ୩୩ ଆହତ ୧୦ ଗୁରୁତର

    ଆଗକୁ ପଢନ୍ତୁ

    ସମ୍ବଲପୁର : ଆଜିକାଲି ଦିନକୁ ଦିନ ଦୁର୍ଘଟଣାର ସଂଖ୍ୟା ବଢ଼ିବାରେ ଲାଗିଛି । ସତ କହିବାକୁ ଗଲେ ସମଗ୍ର ଦେଶରେ ସଡ଼କ ଦୁର୍ଘଟଣା ଏବେ ମୁଣ୍ଡ ବିନ୍ଧାର କାରଣ ସାଜିଛି । ଏହି ଦୁର୍ଘଟଣାରେ କେତେ ଯେ ଲୋକଙ୍କ ଜୀବନ ଯାଉଛି ତାହା ନକହିବା ଭଲ । ଅବହେଳା କାରଣରୁ ହେଉ କିମ୍ବା ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହେଉ, ଏଭଳି ଦୁର୍ଘଟଣା ଘଟିଚାଲିଛି । ଆଉ ଏଥିରେ କେତେ ଯେ ସୁନା ସଂସାର ଚୁନା ହୋଇଯାଉଛି ।

    ସେହିପରି ପୁଣି ଏକ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଟ୍ରଲରକୁ ପଛପଟୁ ପିଟିଲା ବସ୍ । ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟରେ ଦୁର୍ଘଟଣା । ବସ୍ ରେ ଥିବା ଏକ କମ୍ପାନୀ ର ୩୩ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତ ମାନଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି ।

    ଗତକାଲି ରାତିରେ ଶ୍ୟାମ ମେଟାଲିକ୍ସ କମ୍ପାନିର ଏକ ବସ୍ କର୍ମଚାରୀମାନଙ୍କୁ ନେଇ ଯାଉଥିଲା । ରେଙ୍ଗାଲିର ରଂପେଲା ନିକଟରେ ବସ ଆଗରେ ଯାଉଥିବା ଏକ ଟ୍ରଲର ହଠାତ ବ୍ରେକ ମାରିଦେଇଥିଲା । ଯାହାଫଳରେ ବସଟି ଟ୍ରଲର ପଛପଟେ ଧକ୍କା ହୋଇଥିଲା । ବସ ଭିତରେ କିଛି କର୍ମଚାରୀ ଚାପି ହୋଇଯାଇଥିଲେ । ଅଗ୍ନିଶମ ଓ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରାଇଥିଲେ। ବସ ଚାଳକଙ୍କ ଅବସ୍ଥା ଗୁରୁତର ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.5 ° C
    29.5 °
    29.5 °
    59 %
    1.4kmh
    0 %
    Sun
    30 °
    Mon
    30 °
    Tue
    30 °
    Wed
    29 °
    Thu
    29 °

    ସମ୍ବନ୍ଧିତ