Sunday, October 11, 2026
29.5 C
Odisha

    ଛାତ୍ର ସଂସଦ ନିର୍ବାଚନର ସୁରକ୍ଷା ବ୍ୟବସ୍ଥାକୁ ନେଇ ଡିଜିପିଙ୍କ ବୈଠକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଛାତ୍ର ସଂସଦ ନିର୍ବାଚନ ସମ୍ପର୍କିତ ସୁରକ୍ଷା ବ୍ୟବସ୍ଥା ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଡିଜିପିଙ୍କ ବୈଠକ । ଜିଲ୍ଲା ଏସପି ଓ ରେଞ୍ଜ ଆଇଜି/ଡିଆଇଜିଙ୍କ ସହ ଭିଡିଓ କନଫରେନ୍ସିଂରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି । ଆସନ୍ତା୧୫ ତାରିଖରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନରେ କଲେଜ ପରିସରରେ ହିଂସା ରୋକିବା, ଶାନ୍ତିଶୃଙ୍ଖଳା ବଜାୟ ରଖିବା ଏବଂ ନିର୍ବାଚନ ପ୍ରକ୍ରିୟାକୁ ସୁରୁଖୁରୁରେ ସମ୍ପନ୍ନ କରିବା ସହ ନିର୍ବାଚନ ପରବର୍ତ୍ତୀ ହିଂସା ରୋକିବା ଉପରେ ଡିଜିପି ଗୁରୁତ୍ୱାରୋପ କରିଥିଲେ ।

    କଲେଜରେ କୌଣସି ହିଂସାତ୍ମକ ଘଟଣା ଘଟିବା ପରେ ପଦକ୍ଷେପ ନେବା ଅପେକ୍ଷା ଆଗୁଆ ସତର୍କତା ଅବଲମ୍ବନ କରି ହିଂସାକୁ ରୋକିବା ଉପରେ ପୋଲିସ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଡିଜିପି କହିଥିଲେ । ଏଥିପାଇଁ ପୋଲିସ ଅଧିକାରୀମାନେ କଲେଜ କର୍ତ୍ତୃପକ୍ଷଙ୍କ ସହ ନିୟମିତ ଯୋଗାଯୋଗ ରଖିବା ସହ ଉତ୍ତେଜନାର ସମ୍ଭାବନା ଥିବା ସ୍ଥାନ ଓ ପରିସ୍ଥିତି ଉପରେ ସ୍ୱତନ୍ତ୍ର ନଜର ରଖିବାକୁ କହିଥିଲେ । ଆବଶ୍ୟକସ୍ଥଳେ ତୁରନ୍ତ ହସ୍ତକ୍ଷେପ କରି ହିଂସା ରୋକିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।

    କଲେଜ ନିର୍ବାଚନ ସମୟରେ ସମ୍ବେଦନଶୀଳ ପରିସ୍ଥିତିକୁ ଆକଳନ କରି ଆବଶ୍ୟକ ଅନୁଯାୟୀ ପୋଲିସ ଫୋର୍ସ ମୁତୟନ କରିବା ସହ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଡିଜିପି ପରାମର୍ଶ ଦେଇଥିଲେ । ନିର୍ବାଚନ ସମ୍ପର୍କିତ ଯେକୌଣସି ଉତ୍ତେଜନା କିମ୍ବା ବିବାଦକୁ ଗମ୍ଭୀରତାର ସହ ନେଇ ଆଇନ ଅନୁଯାୟୀ ତ୍ୱରିତ ପଦକ୍ଷେପ ନେବାକୁ ସେ କହିଥିଲେ । ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ଆର.ପି.କୋଚେ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ରାଜେଶ କୁମାର, ଅତିରିକ୍ତ ପୋଲିସ କମିଶନର ନରସିଂହ ଭୋଳଙ୍କ ସମେତ ରାଜ୍ୟର ସମସ୍ତ ରେଞ୍ଜ ଆଇଜି, ଡିଆଇଜି ଏବଂ ସମସ୍ତ ଜିଲ୍ଲାର ଏସ୍ ପିମାନେ ସାମିଲ ହୋଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.5 ° C
    29.5 °
    29.5 °
    59 %
    1.4kmh
    0 %
    Sun
    30 °
    Mon
    30 °
    Tue
    30 °
    Wed
    29 °
    Thu
    29 °

    ସମ୍ବନ୍ଧିତ