Monday, November 23, 2026
27.3 C
Odisha

    ସାଂସଦ ପପ୍ପୁ ଯାଦବଙ୍କ କାରକେଡ୍ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ସାଂସଦ

    ଆଗକୁ ପଢନ୍ତୁ

    ବିହାର : ବିହାରର ପୂର୍ଣ୍ଣିଆରୁ ସ୍ୱାଧୀନ ସାଂସଦ ପପ୍ପୁ ଯାଦବଙ୍କ କାରକେଡ୍ ଥିବା ଏକ ଏସ୍କର୍ଟ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଗାଡ଼ିରେ ଥିବା ୫ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ତେବେ ଏହି ଦୁର୍ଘଟଣାରେ ସାଂସଦ ପପ୍ପୁ ଯାଦବ ସୁରକ୍ଷିତ ରହିଛନ୍ତି । ପୂର୍ଣ୍ଣିଆରୁ କଟିହାର ଜିଲ୍ଲାର ସାଲମାରୀଠାରେ ଆୟୋଜିତ ଏକ ମୁଶାୟରା କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ସମୟରେ ଏହି ଘଟଣା ଘଟିଛି ।

    ସୂଚନା ଅନୁସାରେ, ସାଂସଦ ପପ୍ପୁ ଯାଦବ ବିଳମ୍ବିତ ରାତିରେ ପୂର୍ଣ୍ଣିଆରୁ ସାଲମାରୀ ଅଭିମୁଖେ ବାହାରିଥିଲେ । ଏହି ସମୟରେ ହଲଧରପୁର-କୋଚରଖାଲି ବଡ଼ ପୋଲ ନିକଟରେ ତାଙ୍କ କାରକେଡରେ ଥିବା ଏସ୍କର୍ଟ ଗାଡ଼ି ଦୁର୍ଘଟଣାର ଶିକାର ହୋଇଥିଲା । ନିର୍ମାଣାଧୀନ ପୋଲ ନିକଟରେ ରାସ୍ତା କଡ଼ରେ ଗଭୀର ଖାଲ ରହିଥିଲେ ସୁଦ୍ଧା ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ନଥିବା ଅଭିଯୋଗ ହୋଇଛି । ତେବେ ଘଟଣାରେ ଆହତ ହୋଇଥିବା ସୁରକ୍ଷାକର୍ମୀ ସୁରକ୍ଷିତ ରହିଥିବା ଜଣାପଡିଛି ।

    ପୋଲ ନିକଟରେ ପର୍ଯ୍ୟାପ୍ତ ବ୍ୟାରିକେଡିଂ କରାଯାଇନଥିବା ସହ ଯାନବାହନ ଚାଳକଙ୍କୁ ସତର୍କ କରିବା ପାଇଁ କୌଣସି ସୂଚନା ଫଳକ ଲଗାଯାଇନଥିବା ଅଭିଯୋଗ ହୋଇଛି । ଏହି ଘଟଣା ପାଇଁ ସ୍ଥାନୀୟ ଲୋକେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଠିକାଦାରଙ୍କ ଅବହେଳା ଏବଂ ପିଡବ୍ଲ୍ୟୁଡି ଯନ୍ତ୍ରୀଙ୍କ ଉଦାସୀନତାକୁ ଦାୟୀ କରିଛନ୍ତି । ତିନି ବର୍ଷ ଧରି ପୋଲ ନିର୍ମାଣ କାମ ଚାଲିଥିଲେ ମଧ୍ୟ ମୌଳିକ ସୁରକ୍ଷା ବ୍ୟବସ୍ଥା କରାନଯିବାକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    27.3 ° C
    27.3 °
    27.3 °
    70 %
    0.9kmh
    29 %
    Mon
    28 °
    Tue
    27 °
    Wed
    27 °
    Thu
    26 °
    Fri
    26 °

    ସମ୍ବନ୍ଧିତ