ଭୁବନେଶ୍ୱର : ୧୦ ବର୍ଷ ଭିତରେ ସମୃଦ୍ଧ ଓଡ଼ିଶା ଗଠନ ହେବ । ୨୦୩୬ ସୁଦ୍ଧା ଦେଶର ଶ୍ରେଷ୍ଠ ୫ ରାଜ୍ୟରେ ରହିବ ଓଡ଼ିଶା । ସାଧାରଣତନ୍ତ୍ର ଦିବସରେ ଏହି ଦୃଢୋକ୍ତି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକରେ ପତକା ଉତ୍ତୋଳନ କରି କହିଛନ୍ତି, ୧୯ ମାସ ହେବ ଓଡ଼ିଶା ଦ୍ରୁତ ବିକାଶର ଯାତ୍ରୀ । ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ବ ଦେଇଛନ୍ତି କହିଛନ୍ତି, ରାଜ୍ୟରେ ମହିଳା ବିରୋଧୀ ହିଂସାକୁ ନେଇ ସରକାର ଶୂନ୍ୟ ସହନଶୀଳ । ରାଜ୍ୟରେ ଅପରାଧୀଙ୍କ ବିରୋଧରେ ଦଣ୍ଡ ହାର ବଢିଛି । ମହିଳା ବିରୋଧୀ ହିଂସାର ଅପରାଧୀଙ୍କ ସ୍ଥାନ ଜେଲରେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ ମହିଳାଙ୍କ ବିକାଶ ପାଇଁ ବଜେଟରେ ମହିଳାଙ୍କ ପାଇଁ ୩୦ ପ୍ରତିଶତ ବ୍ୟୟ ବରାଦ ହେଉଛି । ସରକାର ଗୁଣାତ୍ମକ ଶିକ୍ଷାକୁ ଉପରେ ଗୁରୁତ୍ବ ଦେଉଛନ୍ତି । ବଜେଟର ୧୪ ପ୍ରତିଶତ ଖର୍ଚ୍ଚ କରାଯାଉଛି । ଚାଷୀ ପରିବାରଙ୍କ ଆୟ ବହୁ ପରିମାଣରେ ବୃଦ୍ଧି ହୋଇଛି । ଚାଷୀ ପରିବାରର ମାସିକ ଆୟ ୬୧ ହଜାର ଟଙ୍କାରେ ପହଞ୍ଚିଛି ।
ଶିଳ୍ପାୟନରେ ୧୯ ମାସରେ ୭.୭ ଲକ୍ଷ କୋଟି ଟଙ୍କାର ୩୦୦ ଶିଳ୍ପକୁ ମଂଜୁର ମିଳିଛି । ସରକାର ପ୍ରତି ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛନ୍ତି। ଲୋକଙ୍କ ଘର ପାଖରେ ସରକରୀ ସେବା ପହଞ୍ଚାଇବାକୁ ଲକ୍ଷ ରଖିଛନ୍ତି । ତେଣୁ ପ୍ରତି ତହସିଲରେ ସବରେଜିଷ୍ଟ୍ରାର ଅଫିସ ହେବ। ବର୍ତ୍ତମାନ ୫୬ଟି ତହସିଲ ଛାଡି ବାକି ସବୁଠି ସବ୍ ରେଜିଷ୍ଟ୍ରାର ଅଫିସ ରହିଛି । ଏହାସହ ଦୁର୍ନୀତି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେଉଛି । ଦୁର୍ନୀତିଖୋର ସରକାରୀ କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ ଦଣ୍ଡ ହାର ୫୦ ପ୍ରତିଶତରୁ ଅଧିକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ ରାଜ୍ୟରେ ନିଯୁକ୍ତି ସୁଯୋଗ ବୃଦ୍ଧି ହୋଇଛି । ସରକାର ୪୦ ହଜାର ନିଯୁକ୍ତି ପ୍ରଦାନ କରି ସାରିଛନ୍ତି । ୫ ବର୍ଷରେ ଦେଢ଼ ଲକ୍ଷ ନିଯୁକ୍ତି ପ୍ରତିଶ୍ରୁତି ପୂରଣ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଦେଶରେ ମୋଦିଙ୍କ ନେତୃତ୍ବରେ ଓଡ଼ିଶା ସମସ୍ତେ ଦେଶରେ ୨ ମାସରେ ମାଓବାଦର ମୂଳପୋଚ୍ଛ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

