Wednesday, April 8, 2026
25.2 C
Odisha

    ସିନ୍ଧୁଙ୍କୁ ଶକ୍ତ ଝଟକା, ପ୍ରଥମ ରାଉଣ୍ଡ୍‌ରୁ ବିଦା ହେଲେ ପଣ୍ଡା ଭଉଣୀ

    ଆଗକୁ ପଢନ୍ତୁ

    ଦୁଇ ଥର ଅଲିମ୍ପିକ୍ସ ପଦକ ବିଜୟିନୀ ଭାରତୀୟ ତାରକା ପିଭି ସିନ୍ଧୁଙ୍କୁ ଚଳିତ ଇଣ୍ଡିଆନ୍ ଓପନ୍‌ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାର ପ୍ରଥମ ରାଉଣ୍ଡ୍‌ରେ ଶକ୍ତ ଝଟକା ଲାଗିଛି । ଗତ ସପ୍ତାହରେ ମାଲେସିଆ ଓପନ୍‌ ସୁପର ୧୦୦୦ ପ୍ରତିଯୋଗିତାର ସେମିଫାଇନାଲ୍‌ରେ ପ୍ରବେଶ କରିଥିବା ସିନ୍ଧୁଙ୍କୁ ଭିଏତନାମର ଥୁଏ ଲିନ୍‌ ନୁୟେନ୍ ୨୨-୨୦, ୧୨-୨୧, ୧୬-୨୧ରେ ହରାଇ ବିଦାୟର ପଥ ଦେଖାଇ ଦେଇଛନ୍ତି । ଦୀର୍ଘ ୬୮ ମିନିଟ୍‌ କାଳ ଲଢ଼ିଥିଲେ ମଧ୍ୟ ଲିନ୍‌ଙ୍କ ଚତୁର ଓ ଆକ୍ରମଣାତ୍ମକ ଖେଳ ଆଗରେ ସିନ୍ଧୁ ଶେଷରେ ହାର ମାନି ଥିଲେ। ପ୍ରଥମ ସେଟ୍‌କୁ କଷ୍ଟେମଷ୍ଟେ ଜିତିବା ପରେ ପରବର୍ତ୍ତୀ ଦୁଇ ସେଟ୍‌କୁ ଲକ୍ଷ୍ୟହୀନ ଭାବେ ହାରି ଦ୍ବିତୀୟ ରାଉଣ୍ଡକୁ ଯିବାର ସୁଯୋଗ ହରାଇଥିଲେ ସେ । ଅନ୍ୟପକ୍ଷରେ ମାଳବିକା ବଂ‌ସୋଦ ୨୧-୧୮, ୨୧-୧୯ରେ ଚାଇନିଜ୍‌ ତାଇପେଇର ପାଇ ୟୋ ପୋଙ୍କୁ ହରାଇ ଆଗକୁ ବଢ଼ିଥିଲେ ।
    ପୁୁରୁଷ ଏକକରେ ବିଶ୍ବର ପୂର୍ବତନ ଏକନମ୍ବର ଖେଳାଳି କିଦାମ୍ବି ଶ୍ରୀକାନ୍ତ ନିଜ ଦେଶର ତରୁଣ ମାନେପାଲୀଙ୍କୁ ୧୫-୨୧, ୨୧-୬, ୨୧-୧୯ରେ ହରାଇ ଆତ୍ମବିଶ୍ବାସର ସହ ନିଜ ଅଭିଯାନ ଆରମ୍ଭ କରିଥିଲେ । ସେହିଭଳି ମହିଳା ଯୁଗଳରେ ତ୍ରିଷା ଜୋଲି ଓ ଗାୟତ୍ରୀ ଗୋପୀଚାନ୍ଦ ୨୧-୧୫, ୨୧-୧୧ରେ ଥାଇଲାଣ୍ଡର ଅର୍ଣ୍ଣିଚା ଜଙ୍ଗସାଥପଣ୍ଣପନ୍ ଓ ସୁକିତା ସୁୱାଚୀଙ୍କୁ ୨୧-୧୫, ୨୧-୧୧ରେ ପରାସ୍ତ କରିଥିଲେ । ଓଡ଼ିଆ ଭଉଣୀ ଶ୍ବେତାପର୍ଣ୍ଣା ଓ ଋତାପର୍ଣ୍ଣା ପଣ୍ଡା ମଧ୍ୟ ନିଜ ରାଉଣ୍ଡ୍‌ ଅଫ୍ ୬୪ ମ୍ୟାଚ୍‌ ହାରି ଯାଇଥିଲେ ।
    ମିଶ୍ରିତ ଯୁଗଳରେ ଧ୍ରୁବ କପିଳା ଓ ନତୀଷା କ୍ରାଷ୍ଟୋ କିନ୍ତୁ ପ୍ରଥମ ରାଉଣ୍ଡ୍‌ରୁ ବିଦାୟ ନେଇଥିଲେ । ଏହି ଭାରତୀୟ ଯୋଡ଼ିକୁ ଥାଇଲାଣ୍ଡର ପକାପନ ତିରାତସକୁଲ ଓ ସାପସିରୀ ତେରାତନାଚାଇ ୨୧-୧୫, ୨୧-୧୪ରେ ହରାଇ ଦେଇଥିଲେ । ରୋହନ କାପୁର ଓ ରୁତ୍ବିକା ଶିବାନୀ, ଆଶିଥ ସୂର୍ଯ୍ୟା ଓ ଅମୃତା ପ୍ରମୁଥେସ ମଧ୍ୟ ନିଜ ନିଜ ମ୍ୟାଚ୍‌ ହାରି ଯାଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.2 ° C
    25.2 °
    25.2 °
    69 %
    1.7kmh
    84 %
    Tue
    25 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ