ସୁଇଜରଲ୍ୟାଣ୍ଡ : ନୂଆ ବର୍ଷ ଆରମ୍ଭରେ ସାମ୍ନାକୁ ଆସିଲା ଏକ ଦୁଃଖଦ ଘଟଣା । ସୁଇଜରଲ୍ୟାଣ୍ଡର ଲଗଜରୀ ସ୍କି ରିସର୍ଟ କ୍ରାନ୍ସ-ମୋଣ୍ଟାନାର ଏକ ବାରରେ ବିସ୍ଫୋରଣ ଘଟିଛି । ନୂଆ ବର୍ଷ ସେଲିବ୍ରେସନ୍ କରୁଥିବା ସମୟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିବା ଜଣାପଡିଛି । ବିସ୍ଫୋରଣ ହେବା ଫଳରେ ଅଗ୍ନିକାଣ୍ଡ ବ୍ୟାପିଯାଇଥିଲା । ଯେଉଁଥିରେ ଅନେକଙ୍କର ମୃତ୍ୟୁ ଘଟିଥିଲାବେଳେ ଆଉ କିଛି ଲୋକ ଆହତ ହୋଇଛନ୍ତି । ସୂଚନା ପାଇବା ମାତ୍ରେ ତୁରନ୍ତ ଘଟଣାସ୍ଥଳରେ ପୋଲିସ ଏବଂ ଉଦ୍ଧାରକାରୀ ଟିମ୍ ପହଞ୍ଚିଥିଲା । ଆହତଙ୍କୁ ଉଦ୍ଧାର କରି ସେମାନଙ୍କ ଚିକିତ୍ସା ପାଇଁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅଗ୍ନିକାଣ୍ଡକୁ ଆୟତ୍ତ କରିବାକୁ ମଧ୍ୟ ଚେଷ୍ଟା କରିଛି ଉଦ୍ଧାରକାରୀ ଟିମ୍ ।
ଅନ୍ୟପଟେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । କିନ୍ତୁ ବିସ୍ଫୋରଣର କାରଣ ଜଣାପଡିନାହିଁ । ହେଲେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ସଂଖ୍ୟା ମଧ୍ୟ ସ୍ପଷ୍ଟ ହୋଇନାହିଁ ।

