Sunday, August 10, 2025
28.8 C
Odisha

    ସେପ୍ଟେମ୍ବର 10ରେ ଭୁବନେଶ୍ବରରୁ ବାହାରିବ ବରିଷ୍ଠ ନାଗରିକର ପ୍ରଥମ ତୀର୍ଥଯାତ୍ରୀ ଟ୍ରେନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଏଥର ଦେଶର ବିଭିନ୍ନ ସ୍ଥାନ ପରିଦର୍ଶନର ସୁଯୋଗ ପାଇବେ ବରିଷ୍ଠ ନାଗରିକ । ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପର୍ଯ୍ୟଟନ ବିଭାଗ ଓ IRCTC ପକ୍ଷରୁ ତୀର୍ଥଯାତ୍ରା ଯୋଜନା ହୋଇଛି । 60-75 ବର୍ଷ ବୟସ ଯାଏଁ ବରିଷ୍ଠ ନାଗରିକ ଏହି ଯୋଜନାରେ ସାମିଲ ହେବେ । ଜୁଲାଇ 17ରୁ 15 ମଧ୍ୟରେ ନାମ ପଞ୍ଜିକରଣ କରିପାରିବେ । ଉଭୟ ଅନଲାଇନ ଓ ଅଫଲାଇନରେ ଆବେଦନ କରିପାରିବେ ।

    ସେପ୍ଟେମ୍ବର 10ରୁ ଭୁବନେଶ୍ବରରୁ ପ୍ରଥମ ତୀର୍ଥଯାତ୍ରୀ ଟ୍ରେନ ବାହାରିବ । ପ୍ରଥମ ଫେଜରେ ଖୋର୍ଦ୍ଧା, କଟକ, ଜଗତସିହପୁର, ଢେଙ୍କାନାଳରୁ ଯିବେ । କେନ୍ଦ୍ରାପଡ଼ା ଓ ପୁରୀର ବରିଷ୍ଠ ନାଗରିକ ବି ଯିବେ । ମୋଟ 6 ଦିନ ଓ 5 ରାତି ରହଣି କରିବେ ତୀର୍ଥଯାତ୍ରୀ । 70-75 ବର୍ଷ ବୟସର ନାଗରିକଙ୍କ ସହ ଜଣେ 18 ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ରହିପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.8 ° C
    28.8 °
    28.8 °
    70 %
    0.7kmh
    82 %
    Sun
    33 °
    Mon
    31 °
    Tue
    32 °
    Wed
    30 °
    Thu
    30 °

    ସମ୍ବନ୍ଧିତ