Sunday, October 4, 2026
24.6 C
Odisha

    ସୋନିଆଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଜାନୁଆରି ୩୧ ତାରିଖରେ ସଂସଦର ଉଭୟ ଗୃହକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧିତ କରିବାପରେ ରାଜ୍ୟସଭା ସାଂସଦ ସୋନିଆ‌ ଗାନ୍ଧୀ ତାଙ୍କ ବିରୋଧରେ ଯେଉଁ ଟିପ୍ପଣୀ ଦେଇଥିଲେ ସେଥିପାଇଁ ବିଜେପି ସାଂସଦମାନେ ଆଜି ତାଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍‌ ଆଣିଛନ୍ତି।  ନୋଟିସରେ ବିଜେପି ସାଂସଦମାନେ କହିଛନ୍ତି, ସୋନିଆ ଗାନ୍ଧୀ ଏବଂ ପପ୍ପୁ ଯାଦବଙ୍କ ଭଳି ସାଂସଦଙ୍କ ଟିପ୍ପଣୀ ଦେଶର ସର୍ବୋଚ୍ଚ ସାମ୍ବିଧାନିକ  ପଦର ସମ୍ମାନ ଏବଂ ଗରିମା ନଷ୍ଟ କରୁଛି।  ବି‌ଜେପି ସାଂସଦମାନେ କହିଛନ୍ତି, ଏଭଳି ଟିପ୍ପଣୀ କେବଳ ରାଷ୍ଟ୍ରପତି ପଦର ସମ୍ମାନହାନି କରିନି ବରଂ ଏହା ସଂସଦୀୟ ପ୍ରକ୍ରିୟାର ପବିତ୍ରତା ଉଲ୍ଲଂଘନ କରିଛି। ସଂସଦୀୟ ମୂଲ୍ୟବୋଧ ଏବଂ ଆଦର୍ଶ ଆଚରଣ ଏହା କହୁଛି ‌ଯେ କୌଣସି ବି ସଦସ୍ୟ କାହା ବିରୋଧରେ ଅପମାନଜନକ ଶବ୍ଦ  ବ୍ୟବହାର କରିପାରିବନେି।  ସାଂସଦମାନେ ଦାବି କରିଛନ୍ତି ଯେ ସୋନିଆ ଗାନ୍ଧୀଙ୍କ ଟିପ୍ପଣୀ ତାଙ୍କର ଆଦିବାସୀ ବିରୋଧୀ ମାନସିକତାକୁ ପଦାରେ ପକାଇ ଦେଇଛି। ସୁପ୍ରିମ୍‌କୋର୍ଟଙ୍କର ଏକ ରାୟକୁ ଉଦାହରଣ ଭାବେ ଦର୍ଶାଇ ବିଜେପି ସାଂସଦମାନେ ସୋନିଆ ଗାନ୍ଧୀଙ୍କ ବିରୋଧରେ ସଠିକ୍‌ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।  ଉଲ୍ଲେଖଯୋଗ୍ୟ,  ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇ କହିଥିଲେ ଯେ କୌଣସି ସାଂସଦଙ୍କ ଦ୍ବାରା ସ୍ବାଧୀକାର ଭଙ୍ଗକୁ ହଜମ କରିବା କଷ୍ଟଦାୟକ।

    ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ପାଖକୁ ‌ଲେଖିଥିବା ଚିଠି‌ରେ ବିଜେପି ସାଂସଦମାନେ ଦର୍ଶାଇଛନ୍ତି ‌ଯେ ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କ ବିରୋଧରେ ଯେଉଁଭଳି ଅସଂସଦୀୟ, ଅପମାନଜନକ ଏବଂ ଅସମ୍ମାନଜନକ ଟିପ୍ପଣୀ ଦେଇଛନ୍ତି ସେଥିପାଇଁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ।  ଉଲ୍ଲେଖଯୋଗ୍ୟ,   ରାଷ୍ଟ୍ରପତି ମୁର୍ମୁ ସଂସଦର ଉଭୟ ଗୃହକୁ ଉଦ୍‌ବୋଧନ ଦେବାପରେ ସୋନିଆ ଗାନ୍ଧୀ କହିଥିଲେ ଯେ ଭାଷଣ ଶେଷ ବେଳକୁ ରାଷ୍ଟ୍ରପତି ବହୁତ ଥକି ଯାଇଥିଲେ।  ସେ କିଛି କହିପାରୁନଥିଲେ। ସୋନିଆ ରାଷ୍ଟ୍ରପତିଙ୍କୁ ‘ବିଚାରୀ ମହିଳା’ କହିଥିଲେ।  ସୋନିଆଙ୍କର ଏଭଳି ଟିପ୍ପଣୀକୁ ବିଜେପି ଏବଂ ଅନ୍ୟ ଏନ୍‌ଡିଏ ସାଂସଦମାନେ ତୀବ୍ର ବିରୋଧ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.6 ° C
    24.6 °
    24.6 °
    72 %
    1kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ