Thursday, May 9, 2024
38.5 C
Odisha

    ସ୍କୁଲରେ ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ପାଳନ ନିଷ୍ପତ୍ତି ନେଲେ ନବୀନ

    ଆଗକୁ ପଢନ୍ତୁ

    ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନବୀନ ପଟ୍ଟନାୟକଙ୍କ ବିଜେଡି ଏବେ ଓଡ଼ିଆ ଭାଷା, ଓଡ଼ିଆଙ୍କ ତ୍ରାଣକର୍ତ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ସମଲେଶ୍ୱରୀଙ୍କୁ ଭରସା କରିଛନ୍ତି। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନବୀନ ପଟ୍ଟନାୟକଙ୍କ ବିଜେଡି ଏବେ ଓଡ଼ିଆ ଭାଷା, ଓଡ଼ିଆଙ୍କ ତ୍ରାଣକର୍ତ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ସମଲେଶ୍ୱରୀଙ୍କୁ ଭରସା କରିଛନ୍ତି । ଓଡ଼ିଆ ଅସ୍ମିତା ଓ ଭାବାବେଗକୁ ଆଳ କରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର  ନିଜର ଭୋଟବ୍ୟାଙ୍କ ବଢ଼ାଇବାକୁ ରଣନୀତି ପ୍ରସ୍ତୁତ କରିଛି ।

    ସୂଚନା ଅନୁସାରେ, ବିଗତ ୨୩ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରୁଥିବା ନବୀନ ପଟ୍ଟନାୟକ ସରକାର ସ୍କୁଲଗୁଡ଼ିକରେ ବି ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ପାଳନ କରାଇବାକୁ ନିଷ୍ପତ୍ତି ନେଇଛନ୍ତି । ପୁରାତନ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଏହି ସ୍କୁଲର ଭାଷା ଉତ୍ସବରେ ସାମିଲ ହେବେ । ଆସନ୍ତା ଫେବୃୟାରୀ ୩ରୁ ୫ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ‘ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’ ଆୟୋଜନ କରୁଛନ୍ତି । ଏନେଇ ଗାଁ ଗହଳିରେ ଅଧିକ ପ୍ରଚାରପ୍ରସାର କରିବା ପାଇଁ ଜାନୁୟାରୀ ୧୬ରୁ ୨୦ତାରିଖ ମଧ୍ୟରେ ହାଇସ୍କୁଲସ୍ତରରେ ଓ ଫେବୃୟାରୀ ୩ରୁ ୫ତାରିଖ ମଧ୍ୟରେ ପ୍ରାଥମିକ ସ୍କୁଲସ୍ତରରେ ‘ଭାଷା ସାହିତ୍ୟ ଓ ସୃଜନଶୀଳତା’ ଉତ୍ସବ ପାଳନ କରିବେ।ଏହି ଉତ୍ସବର ନାଁ ‘ମୋ କଥା ମୋ କାହାଣୀ’ ରଖାଯାଇଛି । ରାଜ୍ୟର ସମସ୍ତ ପ୍ରାଥମିକ ସ୍କୁଲ ସମେତ ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ହାଇସ୍କୁଲରେ ଏହି କାର୍ଯ୍ୟକ୍ରମ ହେବ । ଫେବୃୟାରୀ ୩ତାରିଖରେ ପ୍ରାଥମିକ ସ୍କୁଲସ୍ତରରେ, ୪ ଓ  ୫ତାରିଖରେ ବ୍ଲକସ୍ତରୀୟ ଓ ଜିଲ୍ଲାସ୍ତରୀୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ କରାଯିବାର ବ୍ୟବସ୍ଥା ହୋଇଛି । ଅପରାହ୍ନରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଶ୍ରେଷ୍ଠ ହାଉସ୍ ଓ ଅନ୍ୟାନ୍ୟ ପୁରସ୍କାର ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି ।

    ଅନ୍ୟପକ୍ଷରେ ରାଜ୍ୟରେ ଆଗାମୀ ଏପ୍ରିଲ-ମେ’ମାସରେ ସାଧାରଣ ନିର୍ବାଚନ ଥିବାରୁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଚାରପ୍ରସାର କରି ବିଜେଡି ନିଜର ଭୋଟବ୍ୟାଙ୍କ ବଢ଼ାଇବାକୁ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି ।  ଜାନୁୟାରୀ ୧୭ରେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଜାନୁୟାରୀ ୨୭ରେ ମା’ ସମଲେଇ ପ୍ରକଳ୍ପ ନିମନ୍ତେ ରଥ ପରିକ୍ରମା କରିବା ସହ ଘରକୁ ଘର ଯାଇ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ ଏବଂ ମା’ଙ୍କ ପାଇଁ ସିନ୍ଦୂର ସଂଗ୍ରହ କାର୍ଯ୍ୟକ୍ରମ କରି ବିଜେଡି ପରୋକ୍ଷରେ ନିଜ ସରକାର ଓ ନବୀନ ପଟ୍ଟନାୟକଙ୍କ ପ୍ରଚାରପ୍ରସାରକୁ ଜୋରଦାର କରାଇଛି । ଏବାବଦରେ ପ୍ରାୟ ୧୬୦କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି ।

    କେବଳ ସେତିକି ନୁହେଁ ପଂଚାୟତସ୍ତରରେ ସଚେତନତା ଶିବିର ଆୟୋଜନ ଜାନୁୟାରୀ ୧୫ରୁ ଫେବୃୟାରୀ ପ୍ରଥମ ସପ୍ତାହ ମଧ୍ୟରେ କରିବା ନିମନ୍ତେ ୨୦୪କୋଟି ଟଙ୍କାର ବ୍ୟୟବରାଦ ବି କରିଛି । ଏହି ସଚେତନତା ଶିବିରରେ କିଭଳି ଗାଁ ଗହଳିର ଅଧିକ ଲୋକ ଯୋଡ଼ି ହେବେ ତା’ର ବ୍ୟବସ୍ଥା ମଧ୍ୟ ହୋଇଛି ।
    ଏହି କାର୍ଯ୍ୟକ୍ରମ ସହ ଭାଷା ଉତ୍ସବକୁ ଗାଁ ଗହଳିକୁ ନେଇ ଲୋକଙ୍କ ମଧ୍ୟରେ ନିଜ ସରକାର ସପକ୍ଷରେ ଚର୍ଚ୍ଚାକୁ ଅଧିକ ଜୋରଦାର କରିବାକୁ ଚାହିଁଛି । ନିର୍ବାଚନ ପର୍ଯ୍ୟନ୍ତ ଏଭଳି ନାନାଦି ସରକାରୀ କାର୍ଯ୍ୟକ୍ରମ ମାଧ୍ୟମରେ ବିଜେଡି ସରକାର ଲୋକଙ୍କ ନିକଟତର ହେବାକୁ ଲାଗିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.5 ° C
    38.5 °
    38.5 °
    27 %
    1.9kmh
    5 %
    Thu
    38 °
    Fri
    39 °
    Sat
    40 °
    Sun
    40 °
    Mon
    39 °

    ସମ୍ବନ୍ଧିତ