Saturday, July 27, 2024
24.5 C
Odisha

    ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନା ଫେବୃଆରୀ ଦ୍ୱିତୀୟ ସପ୍ତାହରେ ନିର୍ବନ୍ଧ

    ଆଗକୁ ପଢନ୍ତୁ

    ବିବାହ କରିବେ ଦକ୍ଷିଣ ଭାରତ ସିନେମାର ଜଗତର ହିଟ୍ ଯୋଡି ବିଜୟ ଦେବରକୋଣ୍ଡା ଓ ରସ୍ମିକା ମନ୍ଦାନା । ସେମାନଙ୍କ ନିର୍ବନ୍ଧ ନେଇ ଫେବୃଆରୀ ଦ୍ୱିତୀୟ ସପ୍ତାହରେ ଉଭୟ ସେଲିବ୍ରେଟି ଘୋଷଣା କରିବେ ବୋଲି ସ୍ଥାନୀୟ ଗଣମାଧ୍ୟମ ସଂସ୍ଥା ନ୍ୟୁଜ୍ ୧୮ ତେଲୁଗୁ ରିପୋର୍ଟ କରିଛି । କିନ୍ତୁ ଏନେଇ ଉଭୟ ଷ୍ଟାର କୌଣସି ଘୋଷଣା କରିନାହାଁନ୍ତି । ରସ୍ମିକା ଏବଂ ବିଜୟ ‘ଗୀଥା ଗୋବିନ୍ଦମ’ ଏବଂ ‘ଡିୟର କମ୍ରେଡ୍’ ଫିଲ୍ମରେ ଏକାଠି ଅଭିୟନ କରିଥିଲେ । ଉଭୟ ବିବାହ କରିବା ନେଇ କିଛି ଦିନ ହେବ ସୋସିଆଲ ମିଡିଆରେ ପ୍ରଚାର ହେଉଥିବା ବେଳେ ଏଭଳି ଖବର ସାମ୍ନାକୁ ଆସିଛି । ପୁଷ୍ପା, ଆନିମଲ ଫିଲ୍ମରେ ସଫଳତା ପରେ ରଶ୍ମିକାଙ୍କ ଡିମାଣ୍ଡ ବଢିବାରେ ଲାଗିଛି । ପୁଷ୍ପା-୨ରେ ସେ ଅଲୁ ଅର୍ଜୁନଙ୍କ ସହ ମୁଖ୍ୟ ଭୂମିକାରେ ଅଭିୟନ କରିବେ । ତେବେ ଉଭୟଙ୍କ ପ୍ରସଂଶକମାନେ ଏହି ଖବରକୁ ନେଇ ବେଶ ଉତ୍ସାହିତ ଅଛନ୍ତି । ବିଜୟ ଦେବରକୋଣ୍ଡା ଇନଷ୍ଟଗ୍ରାମରେ ତାଙ୍କର ଏକ ଫଟୋ ପୋଷ୍ଟ କରିଥିବା ବେଳେ ଏହି ଫଟୋ ରଶ୍ମିକା ଉଠାଇଥିବା ଦାବି କରିଛନ୍ତି ତାଙ୍କର ପ୍ରସଂଶକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    97 %
    2.6kmh
    100 %
    Fri
    24 °
    Sat
    25 °
    Sun
    29 °
    Mon
    30 °
    Tue
    30 °

    ସମ୍ବନ୍ଧିତ