Monday, May 20, 2024
37 C
Odisha

    ୨୦୨୪ରେ ଓଡିଶାରେ ବିଜେପିର ସରକାର ଗଠନରେ “ନମୋ ଆପ୍‌” ମହତ୍ୱପୂର୍ଣ୍ଣ ଭୁମିକା ନେବ: କୁଲଜୀତ ସିଂ ଚହଲ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୦୮/୦୧: ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ୟ ଭବିଷ୍ୟତ ପିଢ଼ିର ବିକାଶ । ପ୍ରଧାନମନ୍ତ୍ରୀ ମୋଦିଜୀ ୨୦୪୭ରେ ଦେଶକୁ ବିଶ୍ୱଗୁରୁ କରିବାର ସଂକଳ୍ପ ନେଇଛନ୍ତି । ମୋଦିଜୀଙ୍କ ଗ୍ୟାରେଂଟିକୁ ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନବାସୀ ବିଶ୍ୱାସ କରିଛନ୍ତି । ନମୋ ଆପ୍ ମାଧ୍ୟମରେ ମୋଦି ସରକାରଙ୍କ ସମସ୍ତ ଜନକଲ୍ୟାଣ ଯୋଜନାର ସୁଫଳର ବାର୍ତାକୁ ଘରେ ଘରେ ପହଂଚାଯିବ । ଓଡିଶାରେ ୩୦ ଲକ୍ଷ “ନମୋ ଆପ୍‌-ବିକଶିତ ଭାରତ” ଆମ୍ବାସଡର ଏହି କାର୍ଯ୍ୟରେ ସାମିଲ ହୋଇ ମୋଦି ସରକାରଙ୍କ ସମସ୍ତ ଜନକଲ୍ୟାଣ ଯୋଜନାର ସୁଫଳର ବାର୍ତାକୁ ଘରେ ଘରେ ପହଂଚାଇବେ । ୨୦୨୪ ସାଧାରଣ ନିର୍ବାଚନରେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ତୃତୀୟଥର ପାଇଁ ବିଜେପି ସରକାର କରିବାକୁ ଯାଉଥିବାବେଳେ ଓଡିଶାରେ ମଧ୍ୟ ବିଜେପି ପୂର୍ଣ୍ଣ ବହୁମତରେ ସରକାର ଗଠନ କରିବ । ଓଡିଶାରେ ମୋଦିଙ୍କ ଗ୍ୟାରେଂଟିକୁ ଘର ଘର ପହଂଚାଇବାରେ ଏହି ୩୦ ଲକ୍ଷ “ନମୋ ଆପ୍‌-ବିକଶିତ ଭାରତ” ଆମ୍ବାସଡର ବଡ ଭୁମିକା ନେବେ ବୋଲି ନମୋ ଆପ୍ ରାଷ୍ଟ୍ରୀୟ ସଂଯୋଜକ ଶ୍ରୀ କୁଲଜୀତ ସିଂ ଚହଲ କହିଛନ୍ତି ।
    ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଚହଲ କହିଛନ୍ତି ଯେ, କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ଦେଶବାସୀଙ୍କ ବିଶ୍ୱାସ ଓ ଭରଷା ବଢୁଛି ଏବଂ ନମୋ ଆପ୍ ଜରିଆରେ ଏହା ସ୍ପଷ୍ଟ ପରିଲକ୍ଷିତ ହେଉଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶାସନକୁ ଆସିବା ପରେ ୩୦ପ୍ରତିଶତ ମହିଳାଙ୍କୁ ସଂରକ୍ଷଣ, ପ୍ରତ୍ୟେକ ଘରେ ପିଇବା ପାଣିର ସୁବ୍ୟବସ୍ଥା, ଶୌଚାଳୟ, ଗରୀବଙ୍କୁ ଆବାସ, ବୃଦ୍ଧଙ୍କୁ ପେନସନ୍‌, କୃଷକଙ୍କୁ ପିଏମ୍ ସମ୍ମାନନିଧି ଅନେକ ଯୋଜନା କରିଛନ୍ତି । ଏହି ଯୋଜନାର ଲାଭ ପ୍ରତ୍ୟେକ ଗରିବ ଲୋକ ପାଇବାର ସୁବ୍ୟବସ୍ଥା ମଧ୍ୟ କରିଛନ୍ତି । ଓଡ଼ିଶାର ପ୍ରତ୍ୟେକ ଯୁବକ, ମହିଳା, ଡାକ୍ତର, ଓକିଲ, ଗାଁ, କୃଷକ, ଓବିସି ଇତ୍ୟାଦି ଅନେକ ଲାଭାର୍ଥୀ ଅଛନ୍ତି, ଯେଉଁମାନେ ପ୍ରଧାନମନ୍ତ୍ରୀଙ୍କ ବିକାଶ ସହ ଯୋଡି ହେବାକୁ ଚାହିଁଛନ୍ତି ଓ ବିକଶିତ ଭାରତର ଅଂଶ ହେବାକୁ ଚାହୁଛନ୍ତି । ଆଜି ଦେଶର ଯୁବପୀଢ଼ି ମୋଦିଜୀଙ୍କ ବିକଶିତ ଭାରତ ସହ ଯୋଡିବାକୁ ଚାହୁଛନ୍ତି ଏବଂ ବିକଶିତ ଭାରତ ସହ ସଂଯୋଗ ହେବାକୁ ଚାହୁଛନ୍ତି । ଏହି ପରିପ୍ରେକ୍ଷୀରେ “ନମୋ ଆପ୍‌-ବିକଶିତ ଭାରତ” ଆମ୍ବାସଡରମାନଙ୍କ ଭୁମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜି ରାଜ୍ୟ କାର୍ଯ୍ୟାଳୟରେ “ନମୋ ଆପ୍‌-ବିକଶିତ ଭାରତ” ଆମ୍ବାସଡର ଅଭିଯାନର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହା ବ୍ୟତୀତ ପୃଥକ ପୃଥକ ଭାବେ ମହିଳା ଓ ଯୁବ ମୋର୍ଚ୍ଚା, କୃଷକ ମୋର୍ଚ୍ଚା କାର୍ଯ୍ୟକର୍ତାଙ୍କ ସହିତ ବିସ୍ତୃତ ଆଲୋଚନା କରାଯାଇଛି ବୋଲି ଶ୍ରୀ ଚହଲ କହିଛନ୍ତି । ଏହି କର୍ମଶାଳାରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
    ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ରାଜ୍ୟ ସାଧାରଣ ସମ୍ପାଦକ ଡ. ଯତୀନ ମହାନ୍ତି, ରାଜ୍ୟ ସମ୍ପାଦିକା କସ୍ତୁରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37 ° C
    37 °
    37 °
    33 %
    2.7kmh
    0 %
    Mon
    40 °
    Tue
    43 °
    Wed
    42 °
    Thu
    40 °
    Fri
    38 °

    ସମ୍ବନ୍ଧିତ