Thursday, March 5, 2026
30.9 C
Odisha

    ହର୍ଷିତ ରାଣାଙ୍କ ସର୍ଜରୀ ସଫଳ, ହସପିଟାଲ ବେଡରୁ ମିଶନ ୨ ଆରମ୍ଭ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  :  ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ହର୍ଷିତ ରାଣାଙ୍କ ଆଣ୍ଠୁ ସର୍ଜରୀ ସଫଳ ହୋଇଛି । ନିଜ ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ସେୟାର କରିଛନ୍ତି । ହର୍ଷିତ ହସ୍ପିଟାଲ ବେଡରୁ ଫଟୋ ସେୟାର କରି ନିଜ ସ୍ବାସ୍ଥ୍ୟ ବିଷୟରେ ସୂଚନା ଦେଇଛନ୍ତି । ସାଉଥ ଆଫ୍ରିକା ବିପକ୍ଷ ଟି୨୦ ୱାର୍ମଅପ୍ ମ୍ୟାଚରେ ଆଣ୍ଠୁରେ ଆଘାତ ଲାଗିଥିଲା । ଏହାପରେ ଟି୨୦ ବିଶ୍ବକପ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଥିଲେ ହର୍ଷିତ ।

    ହର୍ଷିତ ରାଣା ହସ୍ପିଟାଲ ବେଡ୍ ରୁ ଇନଷ୍ଟାଗ୍ରାମରେ ସର୍ଜରୀ ପରେ ନିଜର ଫଟୋ ସେୟାର କରି ତାଙ୍କ ସର୍ଜରୀ ହୋଇସାରିଥିବା କହିଛନ୍ତି । ଏହାପରେ ନିଜର ୨ଟି ମିଶନ ବିଷୟରେ ସୂଚନା ଦେଇଛନ୍ତି । ଏବେ ୨ଟି ଜିନିଷକୁ ଫୋକସ କରିଛନ୍ତି । ପ୍ରଥମେ ରିକଭରୀ ଏବଂ ଅନ୍ୟଟି ଟିମ ଇଣ୍ଡିଆକୁ ଫେରିବା ।

    ସାଉଥ ଆଫ୍ରିକା ବିପକ୍ଷ ଟି୨୦ ବିଶ୍ବକପ ୨୦୨୬ରେ ଅଭ୍ୟାସ ମ୍ୟାଚରେ ହର୍ଷିତ ରାଣାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା । ଆଉ ବୋଲିଂ ସମୟରେ ରନଅପ୍ ସମୟରେ ଦୌଡିବା ବେଳେ ବୋଲିଂ କରିପାରିନଥିଲେ । ହର୍ଷିତ ଗୋଟିଏ ଓଭର ବୋଲିଂ କରିଥିଲେ । ହର୍ଷିତଙ୍କ ଅବସ୍ଥା ଗୁରୁତର ଦେଖି ଟି୨୦ ଇଣ୍ଡିଆ ଟିମରୁ ବାଦ୍ ପଡିଥିଲେ । ତାଙ୍କ ସ୍ଥାନରେ ମହମ୍ମଦ ସିରାଜ ଟିମରେ ସାମିଲ ହୋଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.9 ° C
    30.9 °
    30.9 °
    12 %
    2.3kmh
    0 %
    Thu
    36 °
    Fri
    37 °
    Sat
    38 °
    Sun
    38 °
    Mon
    38 °

    ସମ୍ବନ୍ଧିତ