Sunday, September 20, 2026
24.1 C
Odisha

    ହାଇକୋର୍ଟ ଦେଲେ ବଡ଼ ରାୟ, ଗର୍ଭସ୍ଥ ଶିଶୁ ବି ପାଇ ପାରିବ କ୍ଷତିପୂରଣ

    ଆଗକୁ ପଢନ୍ତୁ

    କ’ଣ ଗର୍ଭସ୍ଥ ଶିଶୁ ମଧ୍ୟ କ୍ଷତିପୂରଣ ପାଇ ପାରିବ ? ଜନ୍ମ ପୂର୍ବରୁ କ୍ଷତିପୂରଣ ଦାବି କରି ପାରିବ ? ଏକଥା ଶୁଣିଲା ବେଳକୁ ଟିକେ ଆଚମ୍ବିତ ଲାଗୁଥିବ ନିଶ୍ଚୟ । ତେବେ ଏହାକୁ ନେଇ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏକ ବଡ଼ ନିଷ୍ପରି ଦେଇଛନ୍ତି । ଏବେ ଗର୍ଭରେ ବଢ଼ୁଥିବା ଶିଶୁକୁ ମଧ୍ଯ ଦୁର୍ଘଟଣା ଦାବି ପାଇଁ ହକଦାର ବୋଲି ବିବେଚନା କରାଯିବ I ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରି, ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ୯ ଲକ୍ଷ ୨୯ ହଜାର ଟଙ୍କାର ଅତିରିକ୍ତ କ୍ଷତିପୂରଣ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିଷ୍ପତ୍ତିର ସବୁଠାରୁ ବିଶେଷ କଥା ହେଉଛି ଯେ କୋର୍ଟ ଗର୍ଭରେ ବଢୁଥିବା ପିଲାକୁ ମଧ୍ଯ କ୍ଷତିପୂରଣ ପାଇବାର ଅଧିକାର ଦେଇଛନ୍ତି । କୋର୍ଟ କହିଛନ୍ତି, “ଯଦିଓ ସେହି ସମୟରେ ଶିଶୁଟି ମା’ଗର୍ଭରେ ଥିଲା, ତଥାପି ସେ କ୍ଷତିପୂରଣ ପାଇବାକୁ ହକଦାର ହେବ।”

    ହଁ ଆଜ୍ଞା, ପେଟରେ ବଢ଼ୁଥିବା ପିଲାକୁ କ୍ଷତିପୂରଣ ମିଳିବା କଥା ଶୁଣିବା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ ଏବେ ଏହା ଆଇନ୍ ପରିସରରେ ପହଞ୍ଚିଛି । ଏହାକୁ ସ୍ୱୀକୃତି ମିଳିଛି । ଏହି ମାମଲାର ରାୟ ରାକେଶ କୁମାର ନାମକ ଜଣେ ବ୍ୟକ୍ତିଙ୍କ ସପକ୍ଷରେ ଯାଇଛି । ଯିଏ ତାଙ୍କ ବାଇକ୍ ରେ ଯାଉଥିବା ବେଳେ ଗୋଟିଏ ଦ୍ରୁତଗାମୀ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇଥିଲା । ଟ୍ରାକ୍ଟର ଧକ୍କା ଦେବା ଯୋଗୁଁ ତାଙ୍କର ଘଟଣାସ୍ଥଳେ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ସମୟରେ ରାକେଶ କୁମାରଙ୍କ ସ୍ତ୍ରୀ ଗର୍ଭବତୀ ଥିଲେ । ପ୍ରାୟ ଦୁଇ ମାସ ପରେ, ନଭେମ୍ବର ୨୦୧୫ରେ ତାଙ୍କର ପୁଅ ଜନ୍ମ ହୋଇଥିଲା I

    ରାକେଶ କୁମାରଙ୍କ ପରିବାର ମୋଟର ଯାନ ଆଇନ ଅନୁଯାୟୀ କ୍ଷତିପୂରଣ ପାଇବା ପାଇଁ ୨୦୧୬ରେ ଏକ ମାମଲା ଦାୟର କରିଥିଲେ I କିନ୍ତୁ ଟ୍ରିବ୍ୟୁନାଲ୍ ସେମାନଙ୍କୁ କମ୍ କ୍ଷତିପୂରଣ ଦେଇଥିଲେ, ଯେଉଁଥିରେ ତାଙ୍କ ପରିବାର ସନ୍ତୁଷ୍ଟ ହୋଇ ନଥିଲେ I ତେଣୁ, ସେ ହାଇକୋର୍ଟରେ ଆବେଦନ କରିଥିଲେ Iତେବେ ହାଇକୋର୍ଟରେ ଶୁଣାଣି ସମୟରେ, ଜଷ୍ଟିସ୍ ସୁଭିର ସେହଗଲ ବୁଝିଥିଲେ ଯେ ଟ୍ରିବ୍ୟୁନାଲ୍ ଅନେକ ଗୁରୁତ୍ବପୂର୍ଣ ଦିଗକୁ ଅଣଦେଖା କରିଛନ୍ତି । ଯେପରି-ମୃତକଙ୍କ ପରିବାରକୁ ସମ୍ପତି ଅର୍ଥାତ୍ ବାଇକ୍ କ୍ଷତି ଏବଂ ସାଥୀରେ ଥିବା ବ୍ୟକ୍ତିଙ୍କ କ୍ଷତି ପାଇଁ କୌଣସି କ୍ଷତିପୂରଣ ଦିଆଯାଇ ନଥିଲା I ମୃତ ବ୍ୟକ୍ତିଙ୍କ ମାସିକ ଆୟ କେବଳ ୬ ହଜାର ଟଙ୍କା ବୋଲି ବିବେଚନା କରାଯାଉଥିଲା ବେଳେ ପ୍ରକୃତରେ ଏହା ୭,୨୦୦ ଟଙ୍କା ହେବା ଉଚିତ ଥିଲା । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଗର୍ଭସ୍ଥ ଶିଶୁକୁ କୌଣସି କ୍ଷତିପୂରଣ ଦିଆଯାଇ ନଥିଲା ।

    ମୋଟର ଯାନ ଆଇନ (MV ଆଇନ) ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରନ୍ତି, ତେବେ ତାଙ୍କ ପରିବାରକୁ କ୍ଷତିପୂରଣ ମିଳିଥାଏ । କିନ୍ତୁ ଏହି ମାମଲାରେ, ହାଇକୋର୍ଟ ଗର୍ଭସ୍ଥ ଶିଶୁକୁ ମଧ୍ୟ ଏହି ଆଇନ ଅନୁଯାୟୀ ହକଦାର ବୋଲି ବିବେଚନା କରିଥିଲେ । ସୁପ୍ରିମକୋର୍ଟଙ୍କ ନିଷ୍ପରି (Magma General Insurance Co. Ltd. Vs. Nanu Ram, 2018)କୁ ଉଦ୍ଧୃତ କରି କୋର୍ଟ କହିଛନ୍ତି, “କ୍ଷୟକ୍ଷତିର ଅଧିକାର କେବଳ ଜନ୍ମଗ୍ରହଣ କରିଥିବା ଲୋକଙ୍କ ପାଇଁ ସୀମିତ ନୁହେଁ I ଯଦି ଜଣେ ଗର୍ଭସ୍ଥ ଶିଶୁ ତାଙ୍କ ପିତାମାତାଙ୍କ ମୃତ୍ୟୁ ଦ୍ବାରା ପ୍ରଭାବିତ ହୁଏ, ତେବେ ତାଙ୍କୁ ମଧ୍ୟ ଏହି ଅଧିକାର ମିଳିବା ଉଚିତ”।

    ହାଇକୋର୍ଟ ଟ୍ରିବ୍ୟୁନାଲର ନିଷ୍ପତ୍ତିକୁ ସଂଶୋଧନ କରି ପୀଡିତାଙ୍କ ପରିବାରକୁ ୯ ଲକ୍ଷ ୨୯ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ, ଏହି ରାଶି ଦାବି ତାରିଖରୁ ୭.୫ ପ୍ରତିଶତ ସୁଧ ସହିତ ଦିଆଯିବ । ତେବେ ଏହା ପ୍ରଥମ ଥର ଯେ ଏକ ଗର୍ଭସ୍ଥ ଶିଶୁକୁ ଦୁର୍ଘଟଣା ଦାବି ପାଇଁ ହକଦାର ବୋଲି ବିବେଚନା କରାଯାଇଛି । କାରଣ ଏଭଳି କୌଣସି ଘଟଣା ଜନ୍ମ ହେବାକୁ ଥିବା ପିଲାର ଭବିଷ୍ୟତ ସହ ଜଡ଼ିତ । ଭବିଷ୍ୟତରେ ଏପରି ମାମଲାରେ ପ୍ରଭାବିତ ପରିବାର ଗୁଡ଼ିକୁ ଉଚିତ ନ୍ୟାୟ ମିଳିବାର ସମ୍ଭାବନା ବଢ଼ାଇବ । ଏହା ସହିତ ମୋଟର ଯାନ ଆଇନ ଅନୁଯାୟୀ କ୍ଷତିପୂରଣର ପରିସର ଆହୁରି ବୃଦ୍ଧି ପାଇଛି Iତଥାପି, ଦୁର୍ଘଟଣା ଦାବି ପାଇଁ ଆବେଦନ କରିବା ସମୟରେ, ଆପଣଙ୍କୁ ଆପଣଙ୍କର ଆଇନଗତ ଅଧିକାର ବିଷୟରେ ସମ୍ପୂର୍ଣ୍ଣ ସଚେତନ ରହିବା ଆବଶ୍ୟକ । ଯଦି ତୁମେ ଟ୍ରିବ୍ୟୁନାଲରୁ ନ୍ୟାୟ ନପାଇବ, ତେବେ ନିଶ୍ଚିତ ଭାବରେ ହାଇକୋର୍ଟର ଦ୍ବାରସ୍ଥ ହୋଇ ପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.1 ° C
    24.1 °
    24.1 °
    96 %
    1.7kmh
    93 %
    Sat
    24 °
    Sun
    30 °
    Mon
    29 °
    Tue
    30 °
    Wed
    27 °

    ସମ୍ବନ୍ଧିତ