Tuesday, March 24, 2026
31 C
Odisha

    ହାସିନାଙ୍କ ନାଁରେ ରୁଜୁ ହେଲା ଆଉ ଏକ ହତ୍ୟା ମାମଲା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ବିରୋଧରେ ଶୁକ୍ରବାର ଆଉ ଏକ ମାମଲା ରୁଜୁ ହୋଇଛି। ଜଣେ ଶିକ୍ଷକଙ୍କୁ ହତ୍ୟା ଘଟଣାରେ ହାସିନାଙ୍କୁ ଅଭିଯୁକ୍ତ କରାଯାଇଛି। କ୍ଷମତାରୁ ବିତାଡ଼ିତ ହେବା ପରେ ହାସିନାଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ ହେଲାଣି।ସରକାରୀ ଚାକିରିରେ ସଂରକ୍ଷଣକୁ ନେଇ ଛାତ୍ରୀ ଆନ୍ଦୋଳନ ତୀବ୍ର ହେବାରୁ ଗତ ୫ ତାରିଖରେ ୭୬ ବର୍ଷୀୟା ହାସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଭାରତ ପଳାଇଥିଲେ। ତାଙ୍କ ସମେତ ଆଓ୍ବାମି ଲିଗ୍‌ର ସାଧାରଣ ସମ୍ପାଦକ ଓବୈଦୁଲ କ୍ୱାଦେର ଏବଂ ୯୯ ଜଣ ସ୍ଥାନୀୟ ନେତା ଓ କର୍ମୀଙ୍କ ନାଁରେ ହତ୍ୟା ମାମଲା ରୁଜୁ ହୋଇଛି। ଅଗଷ୍ଟ ୪ରେ ଛାତ୍ର ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିବାବେଳେ ଶିବଗଞ୍ଜ ଉପଜିଲା ଅନ୍ତର୍ଗତ ପଲିକନ୍ଦ ଗ୍ରାମରେ ସେଲିମ୍‌ ହୋସେନ୍‌ଙ୍କୁ ହତ୍ୟା କରାଯାଇଥିଲା। ହୋସେନ୍‌ ଛାତ୍ର ଆନ୍ଦୋଳନରେ ସାମିଲ ଥିବାବେଳେ ତାଙ୍କୁ ଆଓ୍ବାମୀ ଲିଗ୍‌ର ନେତା ଓ କର୍ମୀ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31 ° C
    31 °
    31 °
    33 %
    1.7kmh
    0 %
    Tue
    35 °
    Wed
    38 °
    Thu
    38 °
    Fri
    40 °
    Sat
    39 °

    ସମ୍ବନ୍ଧିତ