Sunday, August 17, 2025
22.8 C
Odisha

    ହିମାଚଳର ମଣ୍ଡିରୁ କଙ୍ଗନା ଲଢିବେ ନିର୍ବାଚନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବିଜେପିର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୧୧୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ତେବେ ଏହି ତାଲିକାରେ ପ୍ରକାଶ ପାଇଛି ବଲିଉଡର ଜଣାଶୁଣା ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କ ନାମ । ହିମାଞ୍ଚଳପ୍ରଦେଶର ମଣ୍ଡିରୁ ବିଜେପି ତାଙ୍କୁ ପ୍ରାର୍ଥୀ କରିଛି । ପୂର୍ବରୁ କଙ୍ଗନାଙ୍କ ନାମକୁ ନେଇ ଚର୍ଚ୍ଚା ହେଉଥିବାବେଳେ ଏବେ ତାଙ୍କୁ ଦଳର ସୁପ୍ରିମୋ ଭରସା କରି ଟିକେଟ ଦେଇଛନ୍ତି । ସେପଟେ ପଲିଭିଟିରୁ ବରୁଣ ଗାନ୍ଧୀଙ୍କ ଟିକେଟ କାଟିଛି ବିଜେପି । ଦଳ ବିରୋଧୀ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହୁଥିବା ବରୁଣ ଗାନ୍ଧୀଙ୍କୁ ଟିକେଟ ଦେଇନାହିଁ ବିଜେପି । ତାଙ୍କ ସ୍ଥାନରେ ପଲିଭିଟି ଆସନରୁ ଜିତିନ ପ୍ରସାଦଙ୍କୁ ଟିକେଟ ଦେଇଛି । ଅନ୍ୟପଟେ ଗାଜିଆବାଦରୁ ଜେନେରାଲ ବିକେ ସିଂଙ୍କ ଟିକେଟ କଟାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.8 ° C
    22.8 °
    22.8 °
    98 %
    1.4kmh
    95 %
    Sun
    29 °
    Mon
    28 °
    Tue
    29 °
    Wed
    29 °
    Thu
    29 °

    ସମ୍ବନ୍ଧିତ