Monday, October 5, 2026
24.7 C
Odisha

    ହୀରାକୁଦର ୧୭ ଗେଟ୍ ଖୋଲା, କମୁଛି ମହାନଦୀର ବନ୍ୟା ଜଳ

    ଆଗକୁ ପଢନ୍ତୁ

    ସମ୍ବଲପୁର  : ଧୀରେ ଧୀରେ କମୁଛି ମହାନଦୀର ପ୍ରବାହ। ସକାଳ ୬ଟା ସୁଦ୍ଧା କଟକର ମୁଣ୍ଡଳି ବ୍ୟାରେଜରେ ମହାନଦୀର ପ୍ରବାହ ୬ଲକ୍ଷ ୨ହଜାର ୭୫୫ କ୍ୟୁସେକ୍ ରହିଛି। ପୂର୍ବ ତୁଳନାରେ ଜଳପ୍ରବାହ କମୁଥିବା ଦେଖାଯାଇଥିଲେ ମଧ୍ୟ ନଦୀ ଜଳସ୍ତର ଏବେବି ବଢୁଛି। ଏପଟେ ହୀରାକୁଦର ୧୭ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ବାମ ପଟୁ ୧୧ଟି ଓ ଡାହାଣ ପଟୁ ୬ଟି ଗେଟ୍ ଖୋଲା ରହିଛି। ଏବେ ଜଳଭଣ୍ଡାରର ଜଳସ୍ତର ରହିଛି ୬୨୧.୫୦ ଫୁଟ୍। ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୭ ହଜାର ୬୯୪ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୩ ଲକ୍ଷ ୧୨ ହଜାର ୫୫ କ୍ୟୁସେକ ଜଳ ନିଷ୍କାସନ ହେଉଛି ।

    ଏଥିମଧ୍ୟରୁ ଅଧିକାଂଶ ଜଳ ସ୍ପିଲ୍ ୱେ ମାଧ୍ୟମରେ ଛଡ଼ାଯାଉଛି। ନିଷ୍କାସନଠାରୁ କମ୍ ହେଉଛି ଜଳ ପ୍ରବେଶ। ଖଇରମାଳ ଓ ବରମୂଳରେ ମଧ୍ୟ ଜଳପ୍ରବାହ କ୍ରମାଗତ ଭାବେ ହ୍ରାସ ପାଉଥିବାରୁ ବନ୍ୟା ସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଥିବା ସଙ୍କେତ ମିଳିଛି। ତଥାପି ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପରାମର୍ଶ ଦେଇଛି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    70 %
    0.8kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ