Sunday, October 11, 2026
22.9 C
Odisha

    ହେରୋଇନ ଚୋରାଚାଲାଣ ମାମଲାରେ ଛଅ ପାକ୍‌ ନାଗରିକଙ୍କୁ ୨୦ ବର୍ଷ ଜେଲ୍‌ଦଣ୍ଡ

    ଆଗକୁ ପଢନ୍ତୁ

    ଅହମଦାବାଦ  : ଭାରତକୁ ପ୍ରାୟ ୩୮୪ କୋଟି ଟଙ୍କାର ହେରୋଇନ ଚୋରାଚାଲାଣ ମାମଲାରେ ଗୁଜରାଟର ଭୁଜ୍‌ସ୍ଥିତ ଏକ ସ୍ବତନ୍ତ୍ର ଅଦାଲତ ଶୁକ୍ରବାର ୬ ଜଣ ପାକିସ୍ତାନ ନାଗରିକଙ୍କୁ ଦୋଷୀସାବ୍ୟସ୍ତ କରିଥିବାବେଳେ ପ୍ରତ୍ୟେକଙ୍କୁ ୨୦ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏହା ବ୍ୟତୀତ ପ୍ରତ୍ୟେକ ଦୋଷୀଙ୍କ ଉପରେ ୨ ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ ଲାଗୁ କରାଯାଇଛି। ସୂଚନାଯୋଗ୍ୟ ୨୦୨୧ ଡିସେମ୍ବର ୨୦ରେ ଗୁଜରାଟ ଏଟିଏସ ଆରବ ସାଗରସ୍ଥିତ ଜାକାଉ ଊପକୂଳରୁ ୩୫ ନଟିକାଲ ମାଇଲ ଦୂରରେ ଏକ ପାକିସ୍ତାନୀ ବୋଟ୍‌କୁ ଅଟକାଇଥିଲେ। ସେଥିରେ ପ୍ରାୟ ୭୭ କିଲୋ ଓଜନର ହେରୋଇନକୁ ପାଞ୍ଚଟି ବ୍ୟାଗରେ ଭର୍ତ୍ତି କରାଯାଇଥିଲା। ଗୁଜରାଟ ପୁଲିସ ଏହି ବ୍ୟାଗଗୁଡିକୁ ଜବତ କରିବା ସହ ବୋଟ୍‌ରେ ଥିବା ୬ ଜଣଙ୍କୁ ଗିରଫ କରିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.9 ° C
    22.9 °
    22.9 °
    80 %
    1.3kmh
    0 %
    Sun
    23 °
    Mon
    30 °
    Tue
    30 °
    Wed
    30 °
    Thu
    30 °

    ସମ୍ବନ୍ଧିତ