Saturday, September 12, 2026
23.6 C
Odisha

    ୟୁଜିଙ୍କ ସହ ନାମ ଯୋଡ଼ାଯିବାରୁ ଏଭଳି ପ୍ରତିକ୍ରିୟା ଦେଲେ ଆରଜେ

    ଆଗକୁ ପଢନ୍ତୁ

    ମୁମ୍ବାଇ: ଅଭିନେତ୍ରୀ ତଥା କୋରିଓଗ୍ରାଫର ଧନଶ୍ରୀ ବର୍ମା ଏବଂ ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ପରସ୍ପରଠାରୁ ଅଲଗା ହେବେ ବୋଲି କିଛି ବର୍ଷ ହେଲାଣି ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚା ମଧ୍ୟରେ ଏବେ ୟୁଜି ଅନ୍ୟଜଣେ ଯୁବତୀଙ୍କ ସହିତ ପାର୍ଟି କରୁଥିବାର ନଜର ଆସିଛନ୍ତି | ଯୁବତୀଜଣକ ହେଉଛନ୍ତି ଆରଜେ ମହବଶ।

    ୟୁଜବେନ୍ଦ୍ର ଚହଲଙ୍କ ସହ ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫଟୋରେ ଚହଲ, ମହବଶ ଏବଂ କିଛି ବନ୍ଧୁଙ୍କ ସହ ସମୟ କଟାଉଥିବାର ଦେଖାଯାଇଛି। ଆରଜେ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏହି ଫଟୋ ସେୟାର କରିବା ପରେ ଏହା ଭାଇରାଲ ହେଉଛି | ଏମଧ୍ୟରେ ୟୁଜବେନ୍ଦ୍ରଙ୍କ ସହ ନାମ ଯୋଡ଼ାଯିବାରୁ ବିରକ୍ତି ପ୍ରକାଶ କରିଛନ୍ତି ମହବଶ |

    ସେ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି ଯେ, “ସୋସିଆଲ ମିଡିଆରେ କିଛି ଲେଖା ଏବଂ ଗୁଜବ ପ୍ରଚାର ହେଉଛି। ଏହି ଗୁଜବଗୁଡ଼ିକ କେତେ ଭିତ୍ତିହୀନ ତାହା ଦେଖିବା ପ୍ରକୃତରେ ମଜାଦାର। ଯଦି ଆପଣ କୌଣସି ପୁଅ ସହିତ ବାହାରକୁ ଯାନ୍ତି, ତେବେ ଆପଣ ସେହି ବ୍ୟକ୍ତିଙ୍କୁ ଡେଟ୍ କରୁଛନ୍ତି କି? ତାହେଲେ ଆପଣ ସମସ୍ତେ କେତେ ଜଣଙ୍କୁ ଡେଟ୍ କରୁଛନ୍ତି? ମୁଁ ୨-୩ ଦିନ ହେଲାଣି ଧର୍ଯ୍ୟ ଧରି ରହିଥିଲି | କିନ୍ତୁ ଏବେ ଆଉ ନୁହେଁ | ଅନ୍ୟର ଭାବମୂର୍ତ୍ତିକୁ ସୁଧାରିବାକୁ ଯାଇ ପିଆର ଦଳକୁ ମୋ ଭାବମୂର୍ତ୍ତିକୁ ଖରାପ କରିବାକୁ ଦେବି ନାହିଁ। କଠିନ ସମୟରେ ଲୋକମାନଙ୍କୁ ସେମାନଙ୍କ ବନ୍ଧୁ ଏବଂ ପରିବାର ସହିତ ଶାନ୍ତିରେ ରହିବାକୁ ଦିଅନ୍ତୁ।”

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.6 ° C
    23.6 °
    23.6 °
    96 %
    2.1kmh
    100 %
    Sat
    27 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ