Monday, August 17, 2026
24.7 C
Odisha

    ୧୬ ବର୍ଷ ପରେ ଅନାହତ ଜିତିଲେ ବିଶ୍ବ ସ୍କ୍ବାଶ୍ ଚାମ୍ପିଅନସିପ

    ଆଗକୁ ପଢନ୍ତୁ

    ଭାରତର ଅନାହତ ସିଂହ World Squash Junior Championshipରେ ଇତିହାସ ରଚିଛନ୍ତି । ବିଶ୍ବ ଚାମ୍ପିଅନ ହୋଇଥିବା ପ୍ରଥମ ଭାରତୀୟ ହୋଇଛନ୍ତି । ଦୀର୍ଘ ୧୬ ବର୍ଷ ହେଲାଣି ଚାଲିଥିବା ପରମ୍ପରାକୁ ଭାଙ୍ଗି ବିଶ୍ବ ଜୁନିଅର ସ୍କ୍ବାଶ୍ ଚାମ୍ପିଅନସିପରେ ଚାମ୍ପିଅନ ହୋଇଛନ୍ତି । ସେ ଫାଇନାଲରେ ଇଜିପ୍ଟର ରୁକାୟା ସାଲେମଙ୍କୁ ୧୧-୩, ୧୧-୭, ୧୧-୯ ସେଟରେ ପରାସ୍ତ କରିଥିଲେ । ଭାରତର ପ୍ରଥମ ଖେଳାଳି ଭାବେ ସେ ଜୁନିୟର ବିଶ୍ୱ ଚାମ୍ପିଅନ ଟାଇଟଲ ହାସଲ କରିଛନ୍ତି ।

    ୧୮ ବର୍ଷୀୟ ଅନାହତ World Squash Junior Championship ଫାଇନାଲରେ ଇଜପ୍ଟର ରୁକାୟା ସାଲେମଙ୍କୁ ୩-୦ରେ ହରାଇ ଚାମ୍ପିଅନ ହୋଇଛନ୍ତି । ତାଙ୍କ ଦମଦାର ଖେଳ ଫାଇନାଲରେ ତାଙ୍କ ବିଜୟ ଦେଇଛି । ୧୬ ବର୍ଷ ପରେ ଇଜପ୍ଟ ବାଦ୍ ଅନ୍ୟ କୌଣସି ଦେଶର ଖେଳାଳି ବିଶ୍ବ ଚାମ୍ପିଅନ ହୋଇଛନ୍ତି । ଅନାହତଙ୍କ ପୂର୍ବରୁ ୨୦୧୦ରେ ଆମେରିକାର ଅମାଣ୍ଡା ଶୋଭି ଅଣ ଇଜପ୍ଟ ଖେଳାଳି ଥିଲେ । ଯିଏକି ବିଶ୍ବ ସ୍କ୍ବାଶ୍ ଚାମ୍ପିଅନସିପରେ ଟାଇଟଲ ହାସଲ କରିଥିଲେ ।

    ଅନାହତଙ୍କ ପୂର୍ବରୁ କେବଳ ଜ୍ୟୋତ୍ସ୍ନା ଚିନ୍ନାପା ୨୦୦୫ରେ ରନର୍ସ ଅପ୍ ହୋଇଥିଲେ । ପୂର୍ବରୁ ଅନାହତ ସେମି ଫାଇନାଲରେ ଇଜିପ୍ଟର ବାର୍ବ ସିମେହଙ୍କୁ ୩-୧ (୧୧-୩, ୮-୧୧, ୧୧-४, ୧୧-୬)ରେ ପରାସ୍ତ କରିଥିଲେ । ଟୁର୍ଣ୍ଣାମେଣ୍ଟରେ ମୋଟ୍ ୬ଟି ମ୍ୟାଚରୁ ଅନାହତ କେବଳ ୨ଟି ସେଟ୍ ପରାଜିତ ହୋଇଥିଲେ । ସେ ପ୍ରଥମ ରାଉଣ୍ଡରେ ଅଷ୍ଟ୍ରେଲିଆର ଲିଲି ୱିଲସନଙ୍କୁ ୩-୦ରେ ପରାସ୍ତ କରିଥିଲେ ।

    ସେ ହଂକଂର ପୁଇ ୟିନ ଚୋଲେ ଓ ମାଲେସିଆର ଡୋୟେସ ୟେ ସାନ ଲିଙ୍କୁ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ । କ୍ୱାର୍ଟର ଫାଇନାଲରୁ ଫାଇନାଲ୍ ପର୍ଯ୍ୟନ୍ତ ସେ ୩ଜଣ ଇଜିପ୍ଟ ଖେଳାଳିଙ୍କୁ ସାମ୍ନା କରିଥିଲେ । କ୍ୱାର୍ଟରରେ ହବିବା ରିଜକଙ୍କୁ ସେ ୩-୧ରେ ପରାସ୍ତ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    92 %
    3.1kmh
    100 %
    Mon
    28 °
    Tue
    25 °
    Wed
    29 °
    Thu
    26 °
    Fri
    29 °

    ସମ୍ବନ୍ଧିତ