Saturday, October 10, 2026
30.1 C
Odisha

    ୧୯ ବର୍ଷରୁ କମ ମହିଳା ଏସିଆ କପ ଟାଇଟଲ ଜିତିଲା ଭାରତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ୧୯ ବର୍ଷରୁ କମ ମହିଳା ଏସିଆ କପ ଟାଇଟଲ ବିଜୟୀ ହୋଇଛି ଭାରତୀୟ ଦଳ। ପ୍ରଥମ ଥର ପାଇଁ ଆୟୋଜିତ ଏହ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଭାରତ ବାଂଲାଦେଶକୁ ୪୧ ରନରେ ହରାଇ ଚମ୍ପିଆନ ହୋଇଛି। ଭାରତୀୟ ବ୍ୟାଟ୍ସମ୍ୟାନ ଗୋଙ୍ଗାଡି ତ୍ରିଶା ସର୍ବାଧିକ ୫୨ରନ କରି ଭାରତର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଟାଇଟଲ ବିଜୟ ପରେ ୧୯ ବର୍ଷରୁ କମ୍‌ ଭାରତୀୟ ମହିଳା ଦଳକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।ରବିବାର କୁଆଲାଲମ୍ପୁରଠାରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ବାଂଲାଦେଶ ଟସ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ୨୦ ଓଭରରେ ୭ ଉଇକେଟ ହରାଇ ୧୧୭ ରନ କରିବାକୁ ସକ୍ଷମ ହୋଇଥିଲା। ଗୋଙ୍ଗାଡି ତ୍ରିଶା ୪୭ ବଲରୁ ୫୨ ରନ ସଂଗ୍ରହ କରିଥିଲେ। ଅନ୍ୟ କୌଣସି ଖେଳାଳି ଭଲ ସ୍କୋର କରିବାରେ ସଫଳ ହୋଇ ନ ଥିଲେ। ବାଂଲାଦେଶ ବୋଲର ଫର୍ଜାନା ଇସମିନ ୪ ଉଇକେଟ ଏବଂ ନିଶିତା ଅକତର ୨ଟି ଉଇକେଟ ନେଇଥିଲେ।୧୧୮ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ବାଂଲାଦେଶ ଟିମ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ ନିୟମିତ ବ୍ୟବଧାନରେ ଉଇକେଟ ହରାଇ ଚାଲିଥିଲେ। ଫଳରେ ଦଳ ୧୮ ଓଭର ୩ଟି ବଲରେ ୭୬ ରନ ସଂଗ୍ରହ କରି ସମସ୍ତ ଉଇକେଟ ହରାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    55 %
    3.3kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ