Monday, October 5, 2026
21.7 C
Odisha

    ୧ ଏପ୍ରିଲରୁ ବଦଳିବ ବ୍ୟାଙ୍କ ନିୟମ, ନଗଦ ଜମା ଓ ଉଠାଣ ପାଇଁ ଆସିବ ନୂଆ ଗାଇଡ୍ ଲାଇନ୍

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  :  ୧ ଏପ୍ରିଲରୁ ବଦଳିବ ବ୍ୟାଙ୍କ ନିୟମ । ନଗଦ ଜମା ଓ ଉଠାଣ ପାଇଁ ଆସିବ ନୂଆ ଗାଇଡ୍ ଲାଇନ୍। ଆୟକର ବିଭାଗ ପକ୍ଷରୁ ‘ଡ୍ରାଫ୍ଟ ଇନକମ୍ ଟ୍ୟାକ୍ସ ରୁଲ୍ସ, ୨୦୨୬’ ଜାରି କରାଯାଇଛି । ଯାହା ୧ ଏପ୍ରିଲ ୨୦୨୬ ରୁ ଲାଗୁ ହେବାକୁ ଯାଉଛି। ଏହି ନୂଆ ନିୟମରେ ବ୍ୟାଙ୍କରେ ନଗଦ ଟଙ୍କା ଜମା ଏବଂ ଉଠାଣ ପାଇଁ PAN କାର୍ଡର ବ୍ୟବହାରକୁ ନେଇ ବଡ଼ ପରିବର୍ତ୍ତନ ପ୍ରସ୍ତାବ ଦିଆଯାଇଛି। ବ୍ୟାଙ୍କରେ ଦିନକୁ ୫୦ହଜାର ଟଙ୍କାରୁ ଅଧିକ ନଗଦ ଜମା କଲେ PAN କାର୍ଡ ଦେବା ବାଧ୍ୟତାମୂଳକ। ତେବେ ବର୍ଷକୁ ୧୦ ଲକ୍ଷରୁ କମ୍ କାରବାର କରୁଥିବା ବ୍ୟକ୍ତିଙ୍କୁ ଆଉ ବାରମ୍ବାର PAN ଦେବାକୁ ପଡ଼ିବ ନାହିଁ।

    ସାଧାରଣ ଲୋକଙ୍କ ପାଇଁ କାଗଜପତ୍ର କାମ କମାଇବା ଏବଂ କେବଳ ବଡ଼ ଧରଣର କାରବାର ଉପରେ ନଜର ରଖିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।ନଗଦ ଉଠାଣ ଉପରେ ଲାଗୁ ହେଉଥିବା TDS ନିୟମରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏହି ନିୟମ ଏବେ ‘ଡ୍ରାଫ୍ଟ’ ବା ଚିଠା ରୂପରେ ଅଛି। ସାଧାରଣ ଜନତା ୨୨ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ଏହା ଉପରେ ନିଜର ମତାମତ ଦେଇପାରିବେ। ଏହାପରେ ମାର୍ଚ୍ଚ ମାସରେ ଚୂଡ଼ାନ୍ତ ନିୟମ ଘୋଷଣା କରାଯିବ। ମଧ୍ୟମ ଓ ସ୍ବଳ୍ପ ଆୟକାରୀ ଯେଉଁମାନେ ବ୍ୟାଙ୍କରେ ନିୟମିତ ନଗଦ କାରବାର କରନ୍ତି ସେମାନଙ୍କ ପାଇଁ ଏହା ଏକ ଭଲ ଖବର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.7 ° C
    21.7 °
    21.7 °
    75 %
    1.2kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    29 °
    Fri
    31 °

    ସମ୍ବନ୍ଧିତ