Friday, October 16, 2026
23.1 C
Odisha

    ୨୦୨୮ ଅଲିମ୍ପିକ୍ସରେ ସାମିଲ ହେବ କ୍ରିକେଟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଦୀର୍ଘ ୧୨୮ ବର୍ଷ ପରେ ୨୦୨୮ ଅଲିମ୍ପିକ୍ସରେ ସାମିଲ ହେବ କ୍ରିକେଟ। ଲସ ଏଞ୍ଜେଲ୍‌ସରେ ହେବାକୁ ଥିବା ଅଲିମ୍ପିକ୍ସରେ କ୍ରିକେଟ ମ୍ୟାଚ ଆୟୋଜନ ହେବା ନେଇ ଆୟୋଜକଙ୍କ ପକ୍ଷରୁ ଗତକାଲି ଗୁରୁତ୍ଵପୂର୍ଣ୍ଣ ଘୋଷଣା କରାଯାଇଛି। ଉଭୟ ମହିଳା ଏବଂ ପୁରୁଷ ବର୍ଗରେ ମ୍ୟାଚ ଆୟୋଜନ କରାଯିବ। ତେବେ ଅଲିମ୍ପିକ୍ସରେ କ୍ରିକେଟର ୩ଟି ଫର୍ମାଟରୁ କେବଳ ଟି-୨୦ ମ୍ୟାଚ ଅନୁଷ୍ଠିତ ହେବ। ଉଭୟ ବର୍ଗର ୬ଟି ଲେଖାଏ ଦଳ ଅଂଶଗ୍ରହଣ କରିବେ। ଶେଷଥର ଲାଗି ୧୯୦୦ ମସିହାରେ ପ୍ୟାରିସ ଅଲିମ୍ପିକ୍ସରେ କ୍ରିକେଟ ଖେଳ ଅନୁଷ୍ଠିତ ହୋଇଥିଲା। ସେତେବେଳେ ବ୍ରିଟେନ ଏବଂ ଫ୍ରାନ୍ସ ମଧ୍ୟରେ ଦୁଇ ଦିନିଆ ମ୍ୟାଚ ହୋଇଥିଲା। ଏବେ ଲସ ଏଞ୍ଜେଲ୍ସରେ କ୍ରିକେଟ ଖେଳ ଅନୁଷ୍ଠିତ ହେବ। ଆୟୋଜକମାନେ ଗୋଟିଏ ଟିମରେ ସର୍ବାଧିକ ୧୫ ଜଣ ଖେଳାଳି ରହିବେ। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)ରେ ବର୍ତ୍ତମାନ ୧୨ଟି ନିୟମିତ ଏବଂ ୯୪ ସହଯୋଗ ସଦସ୍ୟ ରହିଛନ୍ତି। ନିୟମିତ ସଦସ୍ୟମାନଙ୍କ ମଧ୍ୟରେ ଭାରତ, ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଭାରତ, ଆୟର୍ଲାଣ୍ଡ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ଓ୍ବେଷ୍ଟ ଇଣ୍ଡିଜ ଏବଂ ଜିମ୍ବାଓ୍ବେ ରହିଛନ୍ତି। ତେବେ ଅଲିମ୍ପିକ୍ସରେ ଭାଗନେବା ଲାଗି ଚୟନ ପ୍ରକ୍ରିୟା ସମ୍ପର୍କରେ କିଛି କୁହାଯାଇନାହିଁ। ତେବେ ଆମେରିକା ଆୟୋଜକ ହୋଇଥିବାରୁ ଏହାର ଟିମ ଆୟୋଜକ କୋଟାରେ ଅଲିମ୍ପିକ୍ସରେ ଭାଗନେବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। ଏହାର ଅର୍ଥ ଆମେରିକା ବ୍ୟତୀତ ଅନ୍ୟ ୫ଟି ଟିମ ଏଥିରେ ଅଂଶଗ୍ରହଣ କରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23.1 ° C
    23.1 °
    23.1 °
    93 %
    1.6kmh
    39 %
    Fri
    23 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ