Monday, December 29, 2025
19.2 C
Odisha

    ୨୭ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ସାଇକ୍ଲୋନିକ ଷ୍ଟର୍ମ, ବାତ୍ୟାର ନାଁ ରହିବ ମୋନ୍ଥା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର :  ପୁଣି ଅକ୍ଟୋବରରେ ବାତ୍ୟା । ୨୭ରେ ବାତ୍ୟା ସମ୍ଭାବନା ।  ୨୭ ତାରିଖ ସକାଳେ  ବଙ୍ଗୋପସାଗରରେ ସୃଷ୍ଟି ହେବ ସାଇକ୍ଲୋନିକ ଷ୍ଟର୍ମ । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ଆଜି ଅବପାତରେ ପରିଣତ ହେବ ।  କାଲି ସୁଦ୍ଧା ଅଧିକ ଘନୀଭୂତ ହୋଇ ଡିପ ଡିପ୍ରେସନର ରୂପ ନେବାର  ସମ୍ଭାବନା ରହିଛି ।

    ୨୭ ତାରିଖ ସକାଳେ ଅଧିକ ଘନୀଭୂତ ହୋଇ ଦକ୍ଷିଣ ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବାତ୍ୟାରେ ପରିଣତ ହେବ।  ବାତ୍ୟା ସୃଷ୍ଟିହେବା ପରେ ଏହାର ନାଁ ରହିବ ମୋନ୍ଥା । ବାତ୍ୟାର ନାମକରଣ କରିଛି ଥାଇଲାଣ୍ଡ । ଥାଇ ଭାଷାରେ ଏହାର ଅର୍ଥ ସୁଗନ୍ଧିତ ଫୁଲ କିମ୍ବା ସୁନ୍ଦରଫୁଲ ।  ଏହି ନାମ ଉତ୍ତର ଭାରତ ମହାସାଗରରେ ସୃଷ୍ଟି ହୋଇଥିବା ଟ୍ରପିକାଲ ସାଇକ୍ଲୋନ ନାମକରଣ ପ୍ରଣାଳୀର ଏକ ଅଂଶ ବିଶେଷ ।   ତେବେ ବାତ୍ୟାର ଗତିପଥ କିପରି ରହିବ, କେଉଁ ଠାରେ ସ୍ଥଳ ଭାଗ ଛୁଇଁବ ସେନେଇ  ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।  ଅଧିକାଂଶ ପାଣିପାଗ ମଡେଲରୁ ଏହା ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ କରିବା ସମ୍ଭାବନା ରହିଛି । ପ୍ରଭାବରେ ୨୭ରୁ ୨୯ ତାରିଖ ଯାଏ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ୨୬ ତାରିଖରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.2 ° C
    19.2 °
    19.2 °
    26 %
    0.7kmh
    0 %
    Mon
    28 °
    Tue
    29 °
    Wed
    29 °
    Thu
    29 °
    Fri
    29 °

    ସମ୍ବନ୍ଧିତ