Saturday, October 10, 2026
27.9 C
Odisha

    ୪ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ୪ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନୋଇଡାରେ HCL ଟେକ୍ନୋଲୋଜି ଲିମିଟେଡ୍ ପରିଦର୍ଶନ କଲେ । ବହୁ ପ୍ରତିଷ୍ଠିତ ଶିଳ୍ପପତିଙ୍କ ସମେତ ଅନ୍ୟ ଅଂଶୀଦାରଙ୍କ ସହ ଆଲୋଚନା କରିବେ। ନିବେଶ ପାଇଁ ରାଜ୍ୟସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଜି ଶିଳ୍ପ ନେତୃତ୍ବଙ୍କ ସହ ଆଲୋଚନା କରିବେ ।

    ଆସନ୍ତାକାଲି ହେବ ଏମଓୟୁ ସ୍ବାକ୍ଷର । ତାଜ୍ ହୋଟେଲରେ IOCL, ISPRL ଓ ପେଟ୍ରୋନେଟ୍ LNG ସହ ରାଜ୍ୟ ସରକାର ଏମଓୟୁ ସ୍ବାକ୍ଷର କରିବେ । ୯ ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ୩ ନୂଆ ଆଇନ ଲାଗୁ ନେଇ ଆଲୋଚନା କରିବେ । ୩ ନୂଆ ଅପରାଧିକ ଆଇନ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ ଅଧିନିୟମ ୨୦୨୩ ।ଏହି ଆଇନ ୨୦୨୪ ଜୁଲାଇ ୧ ତାରିଖରେ କାର୍ଯ୍ୟକ୍ଷମ ହୋଇଥିଲା। ଦଳୀୟ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇପାରେ। ଏପର୍ଯ୍ୟନ୍ତ ରାଜ୍ୟ ବିଜେପି ସଭାପତି ଚୟନ ଝୁଲି ରହିଛି। ନିଷ୍ପତ୍ତି ହୋଇ ପାରି ନାହିଁ। ଆଗକୁ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ମଧ୍ୟ ରହିଛି। ଏହି ପୃଷ୍ଠଭୂମିରେ ବିଜେପିର ଦ୍ବିତୀୟ ସର୍ବମାନ୍ୟ ନେତା ଅମିତ ଶାହଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭେଟିବା ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    72 %
    1.6kmh
    0 %
    Sat
    25 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ