Saturday, October 10, 2026
24.4 C
Odisha

    ଭୁବନେଶ୍ୱର-କଟକର ତାପମାତ୍ରା ୩୮ ଡିଗ୍ରି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ଝାରସୁଗୁଡା ସହରରେ ସୋମବାର ରାଜ୍ୟର ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଏଠାରେ  ତାପମାତ୍ରା ୪୧ ଡିଗ୍ରି ସେଲସିୟସରେ ପହଞ୍ଚିଛି।ପଶ୍ଚିମ ଓଡ଼ିଶାର ଅନ୍ୟାନ୍ୟ ସହର ସମ୍ବଲପୁର, ରାଉରକେଲା ଏବଂ ହୀରାକୁଦ ଅଞ୍ଚଳରେ ତାପମାତ୍ରା ୩୮ ଡିଗ୍ରି ସେଲସିୟସ୍ କିମ୍ବା ତା’ଠାରୁ ଅଧିକ ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱର ଏବଂ କଟକରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।ଗ୍ରୀଷ୍ମପ୍ରବାହ ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ ଆଗାମୀ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ତାପମାତ୍ରା (ଦିନର ତାପମାତ୍ରା)ରେ କୌଣସି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବ ନାହିଁ। ଓଡ଼ିଶାର ଜିଲ୍ଲାଗୁଡ଼ିକରେ ୨-୩ ଡିଗ୍ରି ସେଲସିୟସ୍ ହ୍ରାସ ପାଇବାର ସମ୍ଭାବନା ରହିଛି।

    ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ,ଝାରସୁଗୁଡା, ସମ୍ବଲପୁର, ଭବାନୀପାଟନା, ବଳାଙ୍ଗରି,ଟିଟଲାଗଡ, ସୁବ ନପୁର , ବୌଦ୍ଧ, ପାରଳାଖେମୁଣ୍ଡି, ଏବଂ ରାଉରକେଲା ଭଳି ଜିଲ୍ଲାର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରି ସେଲସିୟସ୍ କିମ୍ବା ତା’ଠାରୁ ଅଧିକ ରହିବାର ସମ୍ଭାବନା ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    1.5kmh
    0 %
    Sat
    24 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ