Wednesday, April 8, 2026
23.9 C
Odisha

    ୪ ଭାରତୀୟଙ୍କ ନାମ ତାଲିକାରେ ଯୋଡ଼ି ହେଲା ମନୁଙ୍କ ନାଁ: ପାଇବେ ଖେଳ ରତ୍ନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଅଲମ୍ପିକ୍‌ରେ ଯୋଡ଼ା ପଦକଧାରୀ ମନୁ ଭାକର ଓ ଚେସ୍‌ ଚାମ୍ପିୟନ୍‌ ଡି ଗୁକେଶଙ୍କୁ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ଖେଳ ରତ୍ନ ମିଳିବ। ଚାରି ଭାରତୀୟ ଖେଳାଳିଙ୍କୁ ମିଳିବ ଏହି ଖେଳ ରତ୍ନ ସମ୍ମାନ । କ୍ରିଡାରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସମ୍ମାନ ମିଳୁଛି । ମନୁ ଭାକର ଓ ଡି ଗୁକେଶଙ୍କ ବ୍ୟତୀତ ଏହି ତାଲିକାରେ ରହିଛନ୍ତି ପୁରୁଷ ହକି ଦଳ କ୍ୟାପ୍ଟେନ ହରମନପ୍ରୀତି ସିଂ ଓ ପାରା ଆଥଲେଟ୍‌ ପ୍ରବୀଣ କୁମାର। ଜ‌ାନୁଆରି ୧୭ ତାରିଖରେ ମେଜର ଧ୍ୟାନ୍‌ ଚାନ୍ଦ୍‌ ଖେଳ ରତ୍ନା ପୁରସ୍କାରରେ ସମ୍ମାନିତ ହେବାକୁ ଥିବା ଚାରିଜଣ ଖେଳାଳିଙ୍କ ନାମ ଗୁରୁବାର ‌କ୍ରୀଡ଼ା ମନ୍ତ୍ରାଳୟ ଘୋଷଣା କରିଛି। ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ‌ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ୪ ଭାରତୀୟ ଖେଳାଳିଙ୍କୁ ସମ୍ମାନିତ କରାଯିବ।

    ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଏକ ବିବୃତିରେ କୁହାଯାଇଛି ଯେ କମିଟିର ସୁପାରିସକୁ ଆଧାର କରି ଏବଂ ଯାଞ୍ଚ ପରେ ସରକାର ନିମ୍ନଲିଖିତ କ୍ରୀଡ଼ାବିତ୍, କୋଚ୍, ବିଶ୍ୱବିଦ୍ୟାଳୟ ଏବଂ ସଂସ୍ଥାକୁ ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୪ ଜଣ ଖେଳାଳିଙ୍କୁ ଖେଳ ରତ୍ନ ପୁରସ୍କାର ପ୍ରଦାନ କରାଯିବାକୁ ସ୍ଥିିର ହୋଇଥିବା ବେଳେ ୩୨ ଜଣଙ୍କୁ ଅର୍ଜୁନ ପୁରସ୍କାର ଏବଂ ତିନିଜଣ ପ୍ରଶିକ୍ଷକଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କରାଯିବ।

    ମାନୁ ଭାକର ସମ୍ମାନଜନକ ଖେଲ ରତ୍ନ ପୁରସ୍କାର ପାଇଁ ମନୋନୀତ ତାଲିକାରୁ ବାଦ ପଡିଥିବା ନେଇ ବିବାଦ ଉପୁଜିଥିଲା। ସୁଟରଙ୍କ ପିତା ତଥା ପ୍ରଶିକ୍ଷକ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ସମାଲୋଚନା କରିଥିଲେ। ମନୁଙ୍କ ପିତା ରାମ କିଶନ ଭାକର କହିଥିଲେ ଯେ ତାଙ୍କ ଝିଅକୁ ସୁଟର ବଦଳରେ କ୍ରିକେଟର୍‌ କରାଇବାରଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23.9 ° C
    23.9 °
    23.9 °
    77 %
    1.6kmh
    26 %
    Tue
    25 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ