Friday, May 15, 2026
26.3 C
Odisha

    ୭ଟି ଗାଈ ଉପରେ ଏସିଡ ମାଡ଼ କଲେ ଦୁର୍ବୃତ୍ତ

    ଆଗକୁ ପଢନ୍ତୁ

    ବ୍ରହ୍ମପୁର : ହଜିଯାଉଛି ମାନବିକତା । ନୃଶଂସତାର ଚରମ ସୀମାରେ ପହଞ୍ଚିଛି ମଣିଷ । ଗାଈକୁ ମାଡ଼ କଲା ଏସିଡ । ବ୍ରହ୍ମପୁର ଗାନ୍ଧୀନଗର ମାରୁତି ବିହାରରେ ୭ଟି ଗାଈ ଉପରେ ଏସିଡ ମାଡ଼ କରିଛନ୍ତି ଦୁର୍ବୃତ୍ତ । ବାଡ଼ ଭାଙ୍ଗି ଗାଇ ଓ ବାଛୁରୀ ବାଡ଼ି ଭିତରେ ପଶିବାରୁ ଏସିଡ୍ ଫିଙ୍ଗିଥିଲେ । ଏସିଡ୍ ଫିଙ୍ଗିଥିବା ବ୍ୟକ୍ତିଙ୍କ ନାଁରେ ବ୍ରହ୍ମପୁର ଟାଉନ ଥାନାରେ ଏତଲା ଦିଆଯାଇଛି ।

    ଏହି ଘଟଣାକୁ ନେଇ ପୋଲିସ ସହ ଆଲୋଚନା କଲେ ଭିଏଚପି ଓ ବଜରଙ୍ଗ ଦଳ କର୍ମଚାରୀ । ଗାଈଙ୍କୁ ଉଦ୍ଧାର କରି ସେମାନଙ୍କ ଚିକିତ୍ସା ଚାଲିଛି । ହିନ୍ଦୁ ଧର୍ମ ଅନୁସାରେ ଗାଈକୁ ଈଶ୍ୱରଙ୍କ ସହ ସମାନ କରାଯାଉଥିବାବେଳେ ଗାଈ ବି ଆଜିକାଲି ସୁରକ୍ଷିତ ନାହାନ୍ତି । ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ଘୋର ଚର୍ଚ୍ଚା ଆରମ୍ଭ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.3 ° C
    26.3 °
    26.3 °
    78 %
    2.5kmh
    100 %
    Thu
    27 °
    Fri
    42 °
    Sat
    42 °
    Sun
    43 °
    Mon
    46 °

    ସମ୍ବନ୍ଧିତ